fbpx

ଗଙ୍ଗା ନଦୀରେ ଅଲୌକିକ ଘଟଣା: ପାଣିରେ ଲାଗିଛି ନିଆଁ, ଭିଡିଓ ନଦେଖିଲେ ବିଶ୍ୱାସ କରିବେନି

ନୂଆଦିଲ୍ଳୀ:ହିମାଚଳ ପ୍ରଦେଶରେ ଘଟିଛି ଏକ ଅଲୌକିକ ଘଟଣା । ଗଙ୍ଗା ନଦୀର ପାଣିରେ ଲାଗିଛି ନିଆଁ । ହିମାଚଳର କାଙ୍ଗଡା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହା ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । କାଙ୍ଗଡାର ବାଣଗଙ୍ଗାରେ ରହିଥିବା ଜ୍ୱାଳାମୁଖୀ ମନ୍ଦିର ନିକଟରେ ଏମିତି କିଛି ଘଟଣା ଘଟିଛି । ପାଣି ମଧ୍ୟରେ ଦେଖିବାକୁ ମିଳୁଛି ନିଆଁର ଉତ୍ସ ।

ଏହି ଅଗ୍ନି କଣିକାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଅନେକ ତର୍କ ହେଉଥିବା ବେଳେ ଆଜିଯାଏଁ ଏହାର ରହସ୍ୟ କେହିବି ଭେଦ କରିବାରେ ସମର୍ଥ ହୋଇନାହାନ୍ତି । ରାମନବମୀ ଦିନରେ ଏହି ନଦୀ ମଧ୍ୟରେ ଅଗ୍ନିର ଏକ ଜୀବନ୍ତ ଉତ୍ସ ଦେଖିବାକୁ ମିଳିଥିଲା । ଏହି ଘଟଣା ଦେଖିବାକୁ ଶହ ଶହ ସ୍ଥାନୀୟ ଭକ୍ତଙ୍କ ଭିଡ ଜମିଥିବା ବେଳେ ଜ୍ୱାଲାଜିଙ୍କ ପ୍ରତି ଆସ୍ଥା ବଢିବାରେ ଲାଗିଥିଲା ।

ମାଟି ତଳେ ଯଦି କିଛି ଗ୍ୟାସ୍ ଅଥବା ସମାନ ଢଙ୍ଗର ଜିନିଷ ରହିଥାଏ ତା ହେଲେ ଆଗ୍ନେୟ ଉଦ୍ଗୀରଣ ହୋଇଥାଏ । ତେବେ କହି ରଖିବାକୁ ଚାହିଁବୁ ଆଗ୍ନେୟ ଉଦଗୀରଣ ଅତ୍ୟନ୍ତ ଭୀଷଣ ଭାବରେ ହୋଇଥାଏ । ଆଉ ଉଦଗୀରଣ ହୋଇଥିବା ଲାଭା ଏତେ ସମୟ ଧରି ପବନ ସଂସ୍ପର୍ଶରେ ରହି ନଥାଏ । ଏହି ଘଟଣା ଉପରୁ ପରଦା ଉଠି ନଥିଲେ ହେଁ ଏହା ଭକ୍ତଙ୍କ ମନରେ ଆସ୍ଥାକୁ ଦ୍ୱିଗୁଣିତ କରିବାରେ ସମର୍ଥ ହୋଇଛି । ଦେଖନ୍ତୁ ଭିଡିଓ……

Get real time updates directly on you device, subscribe now.