ବଜ୍ରାଘାତ ନେଲା ଯୁବକଙ୍କ ଜୀବନ, ବିଲରେ କାମ କରୁଥିବା ବେଳେ ଅଘଟଣ

ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବସ୍ତା: ବର୍ତ୍ତମାନ ବାଲେଶ୍ୱରରୁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କର ପ୍ରାଣ ବଜ୍ରାଘାତରେ ଚାଲିଯାଇଛି। ସୂଚନାନୁ୍‌ାୟୀ, ଯୁବକ ଜଣକ ବିଲରେ କାମ କରୁଥିଲେ, ହଠାତ୍ ବର୍ଷା ପାଣିପବନ ମାଡ଼ି ଆସିଥିଲା। ଏହି ସମୟରେ ଘଡ଼ଘଡ଼ି ଯୁବକଙ୍କ ଉପରେ ପଡ଼ିଯାଇଥିଲା।

ଏହି ଘଟଣାଟି ବସ୍ତା ସିଂଲା ଥାନା ବିଶିକାଦେଇପର ଗାଁର ବୋଲି ଜଣାପଡିଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ବାସୀ ଭୟଭୀତ ହୋଇଯାଇଛନ୍ତି। ଏଥିସହ ଶୋକାକୂଳ ପରିସ୍ଥିତି ଖେଳିଯାଇଛି।

ଅପ୍ରେଲ 15 ତାରିଖରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବାରିଗୁଡ଼ା ଗ୍ରାମରେ ଘଟିଛି ଏମିତି ଏକ ଅଘଟଣ ଘଟିଥିଲା। ବିଜୁଳି ଘଡଘଡ଼ି ସହ ବର୍ଷା ହେବା ସମୟରେ ଇଟା ଭାଟିରେ କାମକରୁ ଥିବା ଶ୍ରମିକଙ୍କ ଉପରେ ବଜ୍ରାଘାତ ପଡିଥିଲା।

ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଆହାତ ହୋଇଥିଲେ। ମୃତକ ଜଣକ ହେଲେ ସୋମନାଥ ଜାନି। କାମ କରୁଥିବା ବେଳେ ହଠାତ ବଜ୍ରାଘାତ ହେବାରୁ କେଉଁଠିକୁ ଯାଇପାରିନଥିଲେ। ବଜ୍ରାଘାତରେ ଚାଲିଯାଇଥିଲା ପ୍ରାଣ।