fbpx

ଲିଓନେଲ ମେସି ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର, ଆଲେକ୍ସିଆ ପୁଟେଲାସ୍ ଶ୍ରେଷ୍ଠ ମହିଳା ଖେଳାଳି

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବିଶ୍ୱକପ ବିଜେତା ଫୁଟବଲର୍ ଲିଓନେଲ ମେସି ସୋମବାର ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଛନ୍ତି। ଏଥର ମଧ୍ୟ ସେ ଫ୍ରାନ୍ସର କିଲିଆନ୍ ମବାପେଙ୍କୁ ପଛରେ ପକାଇ ପାଇଛନ୍ତି। ସେହିଭଳି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ମହିଳା ସ୍ପେନର ଖେଳାଳି ଆଲେକ୍ସୀ ପୁଟେଲସ୍।

ଗତ ବର୍ଷ କତାରରେ, ଫ୍ରାନ୍ସ ବିପକ୍ଷରେ ଐତିହାସିକ ଫାଇନାଲରେ ଆର୍ଜେଣ୍ଟିନାକୁ ବିଶ୍ୱକପରେ ବିଜେତା କରାଇଥିଲେ। ମେସି ୧୪ ବର୍ଷ ମଧ୍ୟରେ ସପ୍ତମ ଥର ପାଇଁ ଫିଫା ପୁରସ୍କାର ଜିତିଛନ୍ତି, ମବାପେ ଏବଂ କରିମ ବେଞ୍ଜେମାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ସର୍ବାଧିକ ଭୋଟ୍ ଗ୍ରହଣ ଗ୍ରହଣ କରିଥିଲେ।

ଫିଫାର ୨୧୧ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଜାତୀୟ ଦଳର ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ଏକ ବିଶ୍ୱସ୍ତରୀୟ ପ୍ୟାନେଲ୍ ଦ୍ୱାରା ତିନି ଖେଳାଳିଙ୍କୁ ମନୋନୀତ କରାଯାଇଛି। ସାମ୍ବାଦିକ, ଅନଲାଇନ୍ ପ୍ରଶଂସକଙ୍କ ଦ୍ୱାରା ଭୋଟ୍ ଦେବାରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଥିଲା। ୩୫ ବର୍ଷୀୟ ମେସି ବିଶ୍ୱକପ୍‌ର ମଧ୍ୟ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ଫିଫା ଦ୍ୱାରା ପୁରସ୍କୃତ ହୋଇଥିବା ଗୋଲଡେନ୍ ବଲ୍ ଟ୍ରଫି ପାଇଁ ଦୌଡ଼ରେ ମବାପେଙ୍କୁ ସେ ପରାସ୍ତ କରିଥିଲେ।

ପୁଟେଲାସ୍ ଆମେରିକାର ଆଲେକ୍ସ ମୋର୍ଗାନ୍ ଏବଂ ବେଥ୍ ମେଡ୍ଙ୍କୁ ପରାସ୍ତ କରି ଏହି ପୁରସ୍କାର ଜିତିଥିଲେ। ଯେଉଁମାନେ ୨୦୨୨ ରେ ଇଂଲଣ୍ଡକୁ ୟୁରୋପୀୟ ଚାମ୍ପିଅନସିପ୍ ଟାଇଟଲ୍ ଜିଟାଇଥିଲେ। ନ୍ୟୁରୋ କପ୍ ଏବଂ ଟୁର୍ନାମେଣ୍ଟର କିଛି ଦିନ ପୂର୍ବରୁ ବାର୍ସିଲୋନା ପ୍ଲେମେକର୍ ପୁଟେଲାସ୍ ଆହତ ହେବା ପରେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ତିନିରେ ସ୍ଥାନ ମିଳିଥିଲା।

Get real time updates directly on you device, subscribe now.