fbpx

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ, ଖୁଆଡ଼ ଭିତରେ ବିଷାକ୍ତ ସର୍ପ ଦଂଶନ କରିଥିବା ସନ୍ଦେହ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ସଂହୀର ମୃତ୍ୟୁ ସୂଚନା ଗତକାଲି ସନ୍ଧ୍ୟାରେ ସାପ କାମୁଡ଼ିଥିବାରୁ ସିଂହୀକୁ ଚିକିତ୍ସା କରାଯାଇଥିଲା। ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିବା ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି। ଶବ ବ୍ୟବଛେଦ ପରେ ସ୍ପଷ୍ଟ ହେବ ସିଂହ ମୃତ୍ୟୁର ପ୍ରକୃତ କାରଣ। ସିଂହ ମୃତ୍ୟୁ ପରେ ନନ୍ଦନକାନନ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି।

ତେବେ ଏହି ସିଂହୀର ମୃତ୍ୟୁପରେ ନନ୍ଦନକାନନରେ ପ୍ରାଣୀ ମାନଙ୍କର ଚିକିତ୍ସା ନେଇ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ, ନନ୍ଦକାନନରେ ଚିକିତ୍ସା ପାଇଁ ଆଣ୍ଟି-ଭେନମର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ନଥିଲା। ଯାହାଫଳରେ ଚିକିତ୍ସାରେ ଅବହେଳା ହୋଇଥିଲା। ତେଣୁ ଗାଇଡଲାଇନ୍ ଅନୁଯାୟୀ ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ଯେଉଁ ପରିମାଣରେ ଆଣ୍ଟି-ଭେନମ ଦିଅଯିବା କଥା ତାହା ହୋଇପାରି ନଥିଲା। ଯାହାଫଳରେ ସିଂହୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଏହି ଅଭିଯୋଗ ପଛରେ କୌଣଶି ସତ୍ୟତା ରହିଛି କି ନାହିଁ, ତାହା ତଦନ୍ତ ସାପେକ୍ଷ।

ରାଜ୍ୟର ଗୋଟିଏ ବଡ଼ ପର୍ଯ୍ୟଟନସ୍ଥଳୀ ଏବଂ ଏତେବଡ଼ ପ୍ରାଣୀ ଉଦ୍ୟାନରେ ଚିକିତ୍ସା ପାଇଁ କିପରି ଜରୁରି ଔଷଧର ଅଭାବ ଦେଖାଦେଲା ଏହା ବର୍ତ୍ତମାନ ଏକ ପ୍ରଶ୍ନ ଛିଡ଼ା କରିଛି। ସିଂହୀଟିର ମୃତ୍ୟୁ ପଛରେ କୌଣସି ପ୍ରକାର ଅବହେଳା ଥାଇପାରେ ବୋଲି ମଧ୍ୟ ବର୍ତ୍ତମାନ ସନ୍ଦେହ ପ୍ରକାଶ ପାଇଲାଣି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ ନନ୍ଦନକାନନ କତ୍ତୃପକ୍ଷ ଖଣ୍ଡନ କରିନାହାନ୍ତି କିମ୍ବା ଏହା ଉପରେ କୌଣଶି ପ୍ରତିକ୍ରିୟା ଦେଇ ନାହାନ୍ତି ।

 

 

Get real time updates directly on you device, subscribe now.