ମହିଳାଙ୍କ ସୁରକ୍ଷା ପାଇଁ ବ୍ରହ୍ମାସ୍ତ୍ର ସାଜିବ ‘ଲିପଷ୍ଟିକ୍ ଗନ୍’ !
'ଲିପଷ୍ଟିକ୍ ଗନ୍' ଦ୍ୱାରା ମହିଳାଙ୍କୁ ମିଳିପାରିବ ସୁରକ୍ଷା। ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ସ୍ୱରକୁ ଚିହ୍ନଟ କରି ପୋଲିସ ଏବଂ ପରିବାରକୁ ତୁରନ୍ତ କଲ୍ ଏବଂ ସ୍ଥାନ ପଠାଇପାରିବ।
ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ନାରୀ ନିର୍ଯ୍ୟାତନା, ଶୋଷଣ ଏବଂ ଦୁଷ୍କର୍ମ ଭଳି ଘଟଣା। କେତେବେଳେ ଜଣେ ମହିଳା ନିଜ କାର୍ଯ୍ୟକ୍ଷେତ୍ରରେ ହେଉ ତ ଆଉ କେତେବେଳେ ନିଜ ଶିକ୍ଷାନୁଷ୍ଠାନରେ ହେଉ ଦୁଷ୍କର୍ମର ଶୀକାର ହେଉଛନ୍ତି। ବା ନିର୍ଯ୍ୟାତିତ ହେଉଛନ୍ତି।
ହେଲେ ଏବେ ସେମିତି କିଛି ଆଉ ହେବନି ବୋଲି ଆଶା କରାଯାଉଛି। କାରଣ ଏବେ ‘ଲିପଷ୍ଟିକ୍ ଗନ୍’ ମହିଳାମାନଙ୍କୁ ସୁରକ୍ଷା ଦେବ। ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ସ୍ୱରକୁ ଚିହ୍ନଟ କରି ପୋଲିସ ଏବଂ ପରିବାରକୁ ତୁରନ୍ତ କଲ୍ ଏବଂ ସ୍ଥାନ ପଠାଇପାରିବ।
‘ଲିପଷ୍ଟିକ୍ ଗନ୍’: ହଁ ‘ଲିପଷ୍ଟିକ୍ ଗନ୍’ ଦ୍ୱାରା ମହିଳାଙ୍କୁ ମିଳିପାରିବ ସୁରକ୍ଷା। ଏକଥା ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ। କି ଏହି ଲିପଷ୍ଟିକ୍ ଗନ କ’ଣ? ଏହାର କାମ କ’ଣ? ଏହା କିପରି ଦେଖାଯାଏ? ଏହାକୁ କିଏ ତିଆରି କରିଛନ୍ତି? ଏମିତି ଅନେକ କିଛି।
ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି- ଏହି ‘ଲିପଷ୍ଟିକ ଗନ୍’ର ଆକାର ଏକ ଲିପଷ୍ଟିକ ଆକୃତିର। ହେଲେ ଏହା ପ୍ରକୃତରେ ଲିପଷ୍ଟିକ ନୁହେଁ। ଏହା ଏକ ଡିଭାଇସ। ଏହି ସୁତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କୁ ସୁରକ୍ଷା ଦେଇପାରିବ।
କିଏ କରିଛି ଉଦ୍ଭାବନ: ତେବେ ମାର୍ଚ୍ଚ ୮ ବିଶ୍ୱ ମହିଳା ଦିବସ ଅବସରରେ ଉତ୍ତର ପ୍ରଦେଶର ଗୋରଖପୁରରେ ଦ୍ୱିତୀୟ ବର୍ଷ ବି.ଟେକ୍ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏହି ଅନନ୍ୟ ‘ଲିପଷ୍ଟିକ୍ ଗନ୍’ ତିଆରି କରିଛନ୍ତି।
ଦେଶ ଏବଂ ବିଶ୍ୱରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରଖି ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି ବୋଲି ଛାତ୍ରୀମାନେ କହିଛନ୍ତି। ଗୋରଖପୁରର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ ଉପକରଣ ତିଆରି କରିଛନ୍ତି।
ଛାତ୍ରୀମାନେ କହିଛନ୍ତି ଯେ ଏହି ଲିପଷ୍ଟିକ୍ ଗନ୍ ସାହାଯ୍ୟରେ ମହିଳାମାନେ ତୁରନ୍ତ ପୋଲିସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇପାରିବେ। ଏହା ସେମାନଙ୍କୁ ତୁରନ୍ତ ସାହାଯ୍ୟ ପାଇବାରେ ସକ୍ଷମ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନେ ଏହି ଲିପଷ୍ଟିକ୍ ଗନ୍ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିପାରିବେ।
‘ଲିପଷ୍ଟିକ୍ ଗନ୍’ର କାମ: ଏହି ଲିପଷ୍ଟିକ ଆକୃତିର ଗନରେ ଏକ ଡିଭାଇସ୍ ଲାଗିଛି। ଯାହା ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ସ୍ୱରକୁ ଚିହ୍ନଟ କରି ପୋଲିସ ଏବଂ ପରିବାରକୁ ତୁରନ୍ତ କଲ୍ ଏବଂ ସ୍ଥାନ ପଠାଇପାରିବ।
ଏହି ଲିପଷ୍ଟିକ୍ ଗନ୍ କେବଳ ପୋଲିସ ଏବଂ ପରିବାରକୁ ଅସୁବିଧା ସମୟରେ ସତର୍କ କରିବ ନାହିଁ ବରଂ ଏହା ଆତ୍ମରକ୍ଷା ପାଇଁ ମଧ୍ୟ ସହାୟକ ପ୍ରମାଣିତ ହେବ। ମହିଳାମାନେ ଏହି ଲିପଷ୍ଟିକ୍ ଗନ୍ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିପାରିବେ। ଏହା ମହିଳାଙ୍କୁ ହିଂସାତ୍ମକ ଘଟଣାରୁ ରକ୍ଷା କରିବାରେ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରିବ।