fbpx

ବୟସ୍କଙ୍କଠୁ ବେଶୀ ହସନ୍ତି ଛୋଟଛୁଆ, ତେବେ କ’ଣ ଅଟେ ଏହାର କାରଣ…

ଓଡିଶା ଭାସ୍କର: ଜଣେ ଛୋଟ ଛୁଆର ହସ ମଣିଷର ଅଧା ଅସୁବିଧା ଦୂର କରି ଦିଏ । ବୟସ୍କ ମଧ୍ୟ ତା ହସରେ ଆଲ୍ଲାଦିତ ହୋଇ ଉଠେ । ଦୁଃଖି ମନକୁ ପ୍ରଫୁଲ୍ଲିତ କରେ ଛୋଟ ଛୁଆର ହସଟିକକ । ସେଥିପାଇଁ ତ ସମସ୍ତେ ପସନ୍ଦ କରନ୍ତି କୁନି କୁନି ଶିଶୁଙ୍କୁ ଓ ତାହାର କୋମଳ ହୃଦୟକୁ । ତାଙ୍କର ହସରେ ଥାଏ ଭିନ୍ନ ଏକ ଆକର୍ଷଣ, ଯାହାର କଳନା ସକାଳୁ ଫୁଟିଥିବା ସତେଜ ଫୁଲର ମହକ ଭଳି ହୋଇଥାଏ ।

ଛୋଟଛୁଆ ହେଉ ବା ବୟସ୍କଙ୍କ ହସ ହେଉଛି ତାଙ୍କର ଖୁସିର ପ୍ରତୀକ । ଯାହା କୌଣସି ଟଙ୍କାରେ ନ ଥାଏ, ଥାଏ ମଣିଷର ମନରେ । ଚେହେରାରୁ ଜଣକର ମନର ଭାବନା ମଧ୍ୟ ଜାଣି ହୁଏ । କାରଣ ଦୁଃଖ ସମୟରେ ମଣିଷର ମନ କିଛି ଭିନ୍ନତା ପ୍ରତିପାଦନ କରେ ଓ ଖୁସିରେ କିଛି ଭିନ୍ନ ଥାଏ । ମାତ୍ର ବୟସ ବଢିବା ସହ ମଣିଷର ହସର ଭାବାତ୍ମକ ପରିବର୍ତ୍ତନ ମଧ୍ୟ ହୁଏ । ଉଭୟ ଛୋଟ ଛୁଆ ଓ ବୟସ୍କଙ୍କ ହସରେ କିଛି ଭିନ୍ନତା ମଧ୍ୟ ପରିଲକ୍ଷିତ ହୁଏ ।

କୁହାଯାଏ, ବଡ ଲୋକଙ୍କ ଅପେକ୍ଷା ଛୋଟ ଛୁଆମାନେ ଅଧିକ ସମୟ ହସି ପାରନ୍ତି । କାରଣ ବୟସ୍କଙ୍କ ହସ କିଛି ସମୟ ପରେ ବଦଳିଯାଏ । ମାତ୍ର ଛୋଟ ଛୁଆଙ୍କଠାରେ ସେମିତି ହୋଇ ନ ଥାଏ । ଏହାପଛର କାରଣ ହେଉଛି ଛୋଟ ଛୁଆମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ଭାବରେ ବାନ୍ଧି ହୋଇ ରହି ପାରନ୍ତି । ତାଙ୍କ ପାଖରେ ସେହି ସମାନ ସମୟରେ ଅନ୍ୟ କିଛି ଭାବିବାର ଆବଶ୍ୟକତା ନ ଥାଏ । ଯାହା ବୟସ୍କଙ୍କଠାରେ ଦେଖାଯାଏ ।

Get real time updates directly on you device, subscribe now.