fbpx

Live-Inରେ ଥିବା ଦମ୍ପତ୍ତିଙ୍କୁ ମିଳୁ ସୁରକ୍ଷା… ବିବାହ ଯେଉଁଠି ବି ହେଉ: ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ହାଇକୋର୍ଟ ଲିଭ୍ ଇନ୍ ରିଲେସନ୍ କୁ ନେଇ ଏକ ବଡ଼ ରାୟ ପ୍ରକାଶ କରିଛନ୍ତି । ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଦମ୍ପତ୍ତିଙ୍କୁ ସୁରକ୍ଷା ମିଳିବା ଉଚିତ୍ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ଦମ୍ପତ୍ତି ମଧ୍ୟ ସୁରକ୍ଷା ପାଇବା ପାଇଁ ହକଦାର ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ତେବେ ବିବାହ ଅନ୍ୟ କୌଣସି ସ୍ଥାନରେ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ବିପଦ ଥିଲେ, ସୁରକ୍ଷା ଦିଆଯିବା ଉଚିତ୍ । ୟଶ୍ ପାଲ୍ ବନାମ ରାଜ୍ୟ ସରକାରଙ୍କ ଏକ ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ ସୁରେଶ୍ୱର ଠାକୁର ଏବଂ ଜଷ୍ଟିସ ସୁଦୀପ୍ତି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । ଏଭଳି ସମ୍ପର୍କ ଦ୍ୱାରା ସାମାଜିକ ତଥା ନୈତିକ ପ୍ରଭାବ ପଡ଼ୁଥିଲେ ମଧ୍ୟ ଏହି ଦମ୍ପତ୍ତିଙ୍କୁ ବିଭିନ୍ନ ରୂପରେ ସ୍ୱାଧୀନତା ପ୍ରଦାନ କରାଯାଇଛି ।

ଏହି ମାମଲାରେ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଲିଭ୍-ଇନ୍ ରିଲେସନରେ ରହୁଥିବା ଦମ୍ପତ୍ତିଙ୍କ ମଧ୍ୟରୁ କେହି ଜଣେ ବିବାହିତ ହୋଇଥାନ୍ତି, ତେବେ ତାଙ୍କ ପରିବାର କିମ୍ବା ସମ୍ପର୍କୀୟ ବା ଅନ୍ୟ କିଛି ଲୋକମାନଙ୍କ ଦ୍ୱାରା ଏମାନଙ୍କୁ ଧମକ ମିଳିଥାଏ । ତେଣୁ ଲିଭ୍ ଇନ୍ ସମ୍ପର୍କରେ ରହୁଥିବା ଉଭୟ ଯୋଡ଼ି ନିଜ ପାଇଁ ସୁରକ୍ଷା ଦାବି କରିପାରିବେ । ତେବେ ଯଦି ଲିଭ୍ ଇନ୍ ରେ ରହୁଥିବା ଯୋଡ଼ିଙ୍କ ମଧ୍ୟରୁ କାହାର ନାବାଳକ ସନ୍ତାନ ରହିଥାନ୍ତି, ତେବେ ଅଦାଲତ ମାତା-ପିତାଙ୍କୁ ପିଲାର ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ସୁରକ୍ଷା ମାମଲାରେ ସିଙ୍ଗଲ ବେଞ୍ଚର ନିଷ୍ପତ୍ତିରେ ଦିଆ ଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ସିଙ୍ଗଲ ବେଞ୍ଚ ମାମଲାର ବିରୋଧାଭାଷୀ ରାୟ ଶୁଣାଇଥିଲେ । ସିଙ୍ଗଲ ବେଞ୍ଚର ନିଷ୍ପତ୍ତି ଉପରେ କିଛି ପ୍ରଶ୍ନ ଉଠିଥିଲା । ଯଦି ଲିଭ୍ ଇନ୍ ରେ ରହୁଥିବା ଯୋଡ଼ି ଉଚିତ ଯାଚିକା ଦାୟର କରି ନିଜ ଜୀବନ ଏବଂ ସ୍ୱତନ୍ତ୍ରତାର ସୁରକ୍ଷା ଚାହୁଁଛନ୍ତି, ତେବେ କୋର୍ଟ ଭଳି ସ୍ଥିତିରେ କ’ଣ କରିପାରିବେ ବୋଲି ସିଙ୍ଗଲ ବେଞ୍ଚ ପ୍ରଶ୍ନ କରିଥିଲେ । ସେମାନଙ୍କ ବୈବାହିକ ସ୍ଥିତି ଏବଂ ଏହି ମାମଲାର ଅନ୍ୟ ପରିସ୍ତିତିକୁ ଯାଞ୍ଚ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଉଚିତ କି? ତେବେ ଯଦି ଉପରୋକ୍ତ ପ୍ରଶ୍ନର ଉତ୍ତର ନା ରହେ, ତେବେ କେଉଁ ପରିସ୍ତିତିରେ କୋର୍ଟ ସେମାନଙ୍କୁ ସୁରକ୍ଷା ଦେବାକୁ ମନା କରିପାରିବେ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ସିଙ୍ଗଲ ବେଞ୍ଚ । ତେବେ ଏହାପରେ ଲିଭ୍ ଇନ୍ ରେ ରହୁଥିବା ଦୁଇ ବ୍ୟକ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.