fbpx

ଆପଣଙ୍କ ଶରୀରରେ ଏପରି ଲକ୍ଷଣ ଦେଖାଯାଉଥିଲେ ହୋଇଯାଅ ସାବଧାନ୍ ! ହୋଇପାରେ ଲିଭର୍ କ୍ୟାନ୍ସର

କ୍ୟାନ୍ସରକୁ ସବୁଠାରୁ ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ  । ଯଦି ଲିଭରରେ କ୍ୟାନ୍ସର ହୁଏ, ତେବେ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ଏହା ଆହୁରି ଜଟିଳ ହୋଇଯାଏ  । ଲିଭର କୋଷରୁ ଲିଭର କ୍ୟାନ୍ସର ଆରମ୍ଭ ହୁଏ  । ଅନ୍ୟ କୌଣସି ରୋଗ ପରି ଆପଣ ଯେତେ ଶୀଘ୍ର ଜାଣିବେ କି ଆପଣଙ୍କୁ ଲିଭର କ୍ୟାନ୍ସର ହୋଇଛି, ସେତେ ଶୀଘ୍ର ଆପଣ ଆପଣ ଏହାକୁ ଦୂର କରିପାରିବେ ।  ଅବଶ୍ୟ ଏଥିରେ ସମସ୍ୟା ଅଧିକ, କାରଣ ଲିଭର କ୍ୟାନ୍ସର ରୋଗର ଲକ୍ଷଣ ଲାଷ୍ଟ ଷ୍ଟେଜ୍ ପର୍ଯ୍ୟନ୍ତ ମଧ୍ୟ ଦେଖାଯାଏ ନାହିଁ  । ଏଥିରେ ଏହା ଅଧିକ ମାରାତ୍ମକ ହୋଇଥାଏ  । ଆସନ୍ତୁ ଜାଣିବା ଲିଭର କ୍ୟାନ୍ସର ରୋଗର ସମ୍ଭାବ୍ୟ ଲକ୍ଷଣ …

ହଜମ ନହେବା ମଧ୍ୟ ଏକ ସଙ୍କେତ :-

ଖାଦ୍ୟ ହଜମ ନହେବାର ଅର୍ଥ ଖାଇବା ପରେ ଘଟୁଥିବା ସମସ୍ୟା । ଟିକିଏ ଖାଇବା ପରେ ଯଦି ଆପଣ ଅନୁଭବ କରୁଛ ଯେ ତୁମର ପେଟ ଭରିଯାଇଛି, ତେବେ ଏହା ଲିଭର କ୍ୟାନ୍ସର ରୋଗର ଏକ ସାଧାରଣ ଲକ୍ଷଣ  । ଯଦିଓ ଏହି ପରିସ୍ଥିତିରେ ବାନ୍ତି ହୁଏ, ତେବେ ସାବଧାନ ହେବାର ଆବଶ୍ୟକତା ଅଛି  ।

ତଥାପି, ଏହା ଜରୁରୀ ନୁହେଁ ଯେ ଯଦି ଏହି ଲକ୍ଷଣଗୁଡିକ ଦେଖାଯାଏ ତେବେ ଏହା କେବଳ କ୍ୟାନ୍ସର ହୋଇଥିବ ।  ହୋଇପାରେ କି ଏଡା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ କାରଣରୁ ଘଟିପାରେ, ଯେଉଁ କ୍ଷେତ୍ରରେ ବ୍ୟକ୍ତି ଡାକ୍ତରଙ୍କ ସହ ଯୋଗାଯୋଗ କରି ଏହାକୁ ଯାଞ୍ଚ କରିବା ଉଚିତ୍  ।

ଅନ୍ୟାନ୍ୟ ସାଧାରଣ ଲକ୍ଷଣ :-

ଲିଭର କ୍ୟାନ୍ସର ହେତୁ ଅନ୍ୟାନ୍ୟ ଅନେକ ଲକ୍ଷଣ ମଧ୍ୟ ଦେଖାଦେଇପାରେ  । ଏଥିମଧ୍ୟରେ ଅସ୍ପଷ୍ଟ ଭାବରେ ଓଜନ ହ୍ରାସ, ଭୋକ ହ୍ରାସ, ଲିଭରର ଆକାର ବୃଦ୍ଧି, ପେଟ ଯନ୍ତ୍ରଣା, ଡାହାଣ କାନ୍ଧ ବ୍ଲେଡ ନିକଟରେ ଯନ୍ତ୍ରଣା, ପେଟରେ ଫୁଲା କିମ୍ବା ତରଳ ପଦାର୍ଥ ଜମା ହେବା, କୁଣ୍ଡେଇ ହେବା ଓ ଜଣ୍ଡିସ୍ ସାମିଲ ।

ଶରୀର ଉପରେ ଲିଭର କ୍ୟାନ୍ସରର ପ୍ରଭାବ :-

ଲିଭର କ୍ୟାନ୍ସର ରୋଗରେ ରକ୍ତରେ କ୍ୟାଲସିୟମର ମାତ୍ରା ଅଧିକ ହୋଇପାରେ  । ଏହା ବାନ୍ତି, କୋଷ୍ଠକାଠିନ୍ୟ, ଦୁର୍ବଳତା କିମ୍ବା ମାଂସପେଶୀ ସମସ୍ୟା ସୃଷ୍ଟି କରିପାରେ  । ଲିଭର କ୍ୟାନ୍ସର କାରଣରୁ ବ୍ଲଡ ସୁଗାର ଲୋ (ହାଇପୋଗ୍ଲାଇକେମିଆ) ମଧ୍ୟ ସୃଷ୍ଟି କରିପାରେ, ଯାହା ଫଳରେ ଥକ୍କା କିମ୍ବା ଦୁର୍ବଳ ଲାଗିପାରେ  ।

ପୁରୁଷ ସ୍ତନରେ ବୃଦ୍ଧି (ଜାଇନାକୋମାଷ୍ଟିଆ) କିମ୍ବା ଅଣ୍ଡକୋଷ ସଙ୍କୋଚନ ମଧ୍ୟ ଲିଭର କ୍ୟାନ୍ସର ରୋଗର କାରଣ ହୋଇପାରେ  । ଲାଲ ରକ୍ତ କଣିକା (ଏରିଥ୍ରୋସିଟୋସିସ୍) ଅଧିକ ଥିବାରୁ ବ୍ୟକ୍ତି ଲାଲ ଦେଖାଯାଏ  । ଲିଭର କ୍ୟାନ୍ସର କାରଣରୁ କୋଲେଷ୍ଟ୍ରଲ ସ୍ତର ହାଇ ହୋଇପାରେ ।

Get real time updates directly on you device, subscribe now.