fbpx
BJD SKY
BJD SKY

ବନ୍ଦେ ଭାରତ v/s ମିନି ବନ୍ଦେ ଭାରତ: ଉଭୟ ଏକ୍ସପ୍ରେସ ମଧ୍ୟରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ରୋଚକ ତଥ୍ୟ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ସଫଳତାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଶର ଅନେକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଯୋଗାଇ ଦିଆଯାଇଥିବା ବେଳେ ଅନେକ ରୁଟରେ ମିନି ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଆସିବାକୁ ଯାଉଛି । ଯାହା ୮ଟି ବଗି ବିଶିଷ୍ଟ ହେବା ସହିତ ଲୋକମାନଙ୍କୁ ଯାତାୟତର ସୁବିଧା ଯୋଗାଇବ । ତେବେ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ୪ଟି ନୂଆ ରୁଟ ପ୍ରସ୍ତୁତ କରିବା ପାଇଁ ଯୋଜାନ ଚାଲିଛି । ନିକଟରେ ଜୋଧପୁରରୁ ସାବରମତୀ ପର୍ଯ୍ୟନ୍ତ ମିନି ବନ୍ଦେ ଭାରତ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ତେବେ ଦେଶର ସବୁଠାରୁ ଛୋଟ ଟ୍ରେନ ମାନଙ୍କ ମଧ୍ୟରେ ସାମିଲ ରହିଛି ଏହି ମିନି ବନ୍ଦେ ଭାରତ ଟ୍ରେନ । ଦେଶରେ ଜୟପୁର ସତେ ବିଭିନ୍ନ ରୁଟର ଟ୍ରେନ ୧୬ କୋଚ ବିଶିଷ୍ଟ ହୋଇଥିବା ବେଳେ ଏହି ଟ୍ରେନରେ ମାତ୍ର ୮ଟି କୋଚ ରହିଛି । ରେଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ମୋଟ ୨୫ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏଥି ରେ ୮ଟି କୋଚ ବିଶିଷ୍ଟ ୯ଟି ବନ୍ଦେ ଭାରତ ସାମିଲ ହୋଇଛି । ଏହାସହିତ ଆଉ ୪ଟି ନୂଆ ଏକ୍ସପ୍ରେସ ଯୋଡି ହେବା ପରେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ ।

ବନ୍ଦେ ଭାରତ ଏବଂ ମିନି ବନ୍ଦେ ଭାରତ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ?

ମିନି ବନ୍ଦେ ଭାରତରେ ଦୁଇଟି କାଟାଗୋରୀ ହୋଇଥାଏ, ଯେଉଁଥିରେ ଚେୟାର କାର ଏବଂ ଏକଜିକ୍ୟୁଟିଭ କ୍ଲାସ ରହିବ । ଏହି ଦୁଇ କାଟାଗୋରୀର ଭଡା ମଧ୍ୟ ଅଲଗା ହୋଇଥାଏ । ୮ କୋଚ୍ ବିଶିଷ୍ଟ ଏହି ଟ୍ରେନରେ ଚେୟାର କାର୍ ଏବଂ ଗୋଟିଏ ଏକଜିକ୍ୟୁଟିଭ କ୍ଲାସ ସାମିଲ ରହିବ । ତେବେ ଏହାର ପାସେଞ୍ଜର କ୍ଷମତା ରହିବ ୫୫୬ ଯାତ୍ରୀ । ସେହିପରି ଟ୍ରେନରେ କ୍ୟାଟରିଙ୍ଗ ସୁବିଧା ମଧ୍ୟ ଉପଲବ୍ଧ ରହିଛି, ଖାଦ୍ୟ ପାଇଁ ଅର୍ଡର କଲେ ଏହାର ଚାର୍ଜ ଅଲଗା ରହିବ ।

ସ୍ପିଡ: ବର୍ତ୍ତମାନ ବନ୍ଦେ ଭାରତ ଜୋଧପୁର-ସାବରମତୀ ଏକ୍ସପ୍ରେସର ହାରାହାରି ସ୍ପିଡ ପ୍ରାୟ ୮୦କି.ମି/ଘଣ୍ଟା ରହିଛି । କିନ୍ତୁ ଏହି ଟ୍ରେନ ୧୬୦ କି.ମି./ଘଣ୍ଟା ବେଗରେ ଗତି କରିପାରେ । ଦୁଇଟି କୋଚ ମଧ୍ୟରେ ୱେଷ୍ଟ୍ୟୁବ ଲାଗିଥାଏ, ଯାହା ନଏଜ କଣ୍ଟ୍ରୋଲ କରିଥାଏ । ପ୍ୟାଣ୍ଟ୍ରିରୁ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯିବ । ତେବେଟ୍ରେନର ସାମନା ପଟ ହାଇ ସ୍ପିଡ ପାଇଁ ଏରୋଡାଇନାମିକ ଆକୃତିର କରାଯାଇଥାଏ ।

ରେଲୱେରେ ଚାର୍ଜକୁ ହ୍ରାସ କରି ଟ୍ରେନଗୁଡିକର କ୍ଷମତା ବୃଦ୍ଧି କରିବା ସମୟରେ ଏହି ୪ଟି ଟ୍ରେନର ଶୁଭାରମ୍ଭ କରାଯାଇଛି । ତେଣୁ ରେଲୱେ ପକ୍ଷରୁ ଚାର୍ଜକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ବନ୍ଦେ ଭାରତ ସମେତ ଚେୟାର କାର ଏବଂ ଏକଜିକ୍ୟୁଟିଭ ଚେୟାର କାର ଥିବା ପ୍ରତ୍ୟେକ ଟ୍ରେନରେ ଏହି ସୁବିଧା ଉପଲବ୍ଧ ରହିଛି ।

Get real time updates directly on you device, subscribe now.