fbpx

ବଡ ଘୋଷଣା: ଓଡିଶାରେ ମେ’ ୫ରୁ ଲକଡାଉନ୍‌

AAKASH

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାକୁ ନେଇ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ମେ’ ୫ରୁ ସବୁ ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ୍ ଜାରି ରହିବ । ଲକଡାଉନ ବେଳେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ତେବେ ଲକଡାଉନ ବେଳେ କେବଳ ଚାଲିଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ଘରଠାରୁ ୫ ଶହ ମିଟର ଦୂରତା ଯାଏ ଯିବା ପାଇଁ କୁହାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲି ଚାଲି ଯାଇ ପରିବା ଆଣିପାରିବେ ଲୋକେ ।

Get real time updates directly on you device, subscribe now.