fbpx

ଅଗଷ୍ଟ ୧ ତାରିଖ ଯାଏ ଆଶିଂକ ଲକଡାଉନ୍, ଜାଣନ୍ତୁ କେଉଁ କେଉଁ କାର୍ଯ୍ୟକଳାପକୁ ମିଳିଛି ଅନୁମତି

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଜାରି ରହିଥିବା ବେଳେ ଆଶିଂକ ଲକଡାଉନ୍ ଜାରି ରହିଛି । ଏବେ ପୁଣି ଥରେ ଅଗଷ୍ଟ ୧ ତାରିଖ ଯାଏ ଆଶିଂକ ଲକଡାଉନ୍ ଜାରି ହେବ । ଏହି ସମୟରେ କିଛି ମାତ୍ରାରେ କୋହଳ କରାଯିବ । ପୂର୍ବ ଘୋଷଣା ଅନୁସାରେ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ରେ କଟକଣା ଲାଗୁ ହେବ । କାଟାଗୋରୀ-ଏ ରେ ସପ୍ତାହରେ ସବୁଦିନ ଦୋକାନ ବଜାର ଖୋଲା ରହିବ । କାଟାଗୋରୀ-ଏ ରେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏ ଖୋଲାରହିବ । ସେହିପରି କାଟାଗୋରୀ-ବି ଜିଲ୍ଲାମାନଙ୍କରେ ପୂର୍ବରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବା କିନ୍ତୁ ଏବେ ଏହାକୁ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ବଢ଼ାଇ ଦିଆଯାଇଛି ।

ଅନ୍ୟପଟେ କାଟାଗୋରୀ-ବି ଜିଲ୍ଳାରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୫ଟାରୁ ସକାଳ ୬ ଟା ଯାଏ ଲାଗୁ ହେବ । ସେପରି କାଟାଗୋରୀ-ଏ ଜିଲ୍ଲା ମାନଙ୍କରେ ସନ୍ଧ୍ୟା ୮ଟାରେ ବଜାର ଆଦି ବନ୍ଦ ହେବା ପରେ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ । ସେହିପରି ସପ୍ତାହନ୍ତ ସଟଡାଉନ୍ ପୁର୍ବବତ୍ କାଟାଗୋରୀ-ବି ଜିଲ୍ଳାରେ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । କିନ୍ତୁ କାଟାଗୋରୀ-ଏ ଜିଲ୍ଲା ମାନଙ୍କରେ ସପ୍ତାହରେ ୭ଦିନ ଦୋକାନ ବଜାର ଖୋଲା ରଖାଯାଇ ପାରିବ । ଏଥିସହିତ ସମଗ୍ର ରାଜ୍ୟରେ ବର୍ତ୍ତମାନ ଠାରୁ ବସ୍ ଚଳାଚଳ କରିବ ଏବଂ ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ବସି ପାରିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । କିନ୍ତୁ ପୁରୀରେ ରଥଯାତ୍ରା ଥିବାରୁ ୨୫ ଜୁଲାଇ ପର୍ଯ୍ୟନ୍ତ ସେଠାକୁ କୌଣସି ସବୁ ଯିବା ଆସିବା କରିପାରିବ ନାହିଁ ।

ଆହୁରି ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ଏହି ଆଶିଂକ ଲକଡାଉନ୍ ରେ ଅଟୋ, ଟାକ୍ସି ଆଦି ସମଗ୍ର ରାଜ୍ୟରେ ଚାଲିପାରିବ । ଏଥିରେ ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ପଛରେ ବସିପାରିବେ । ଏଥିସହିତ ଆସନ୍ତାକାଲି ଠାରୁ ସେଲୁନ୍ ସ୍ପା, ବିୟୁଟି ପାର୍ଲର ଜିମ୍ ଆଦି ଖୋଲିବ । ବାହାଘର, ବ୍ରତ ଆଦି ପୂର୍ବ କଟକଣା ଅନୁସାରେ ଜାରି ରହିବ । ଆଉଟ୍ ଡୋର୍ ଏବଂ ଇନଡୋର୍ ଫିଲ୍ମ ସୁଟିଂ ସମଗ୍ର ରାଜ୍ୟରେ ଅନୁମତି ଦିଆଯାଇଛି । ପୂର୍ବ ପରି ପାର୍କ, ସିନେମା ହଲ୍, ଇତ୍ୟାଦି ବନ୍ଦ ରହିବ ।

 

Get real time updates directly on you device, subscribe now.