fbpx
BSKY SKY
BSKY SKY

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍, ଏହି ସମୟରେ ଗଡିବନି ମେଟ୍ରୋ

BSKY

ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲକଡାଉନ୍ କୁ ଆଉ ସପ୍ତାହେ ବୃଦ୍ଧି କରିଚନ୍ତି । ଆଜି ସେ ସାମ୍ବାଦିକ ସମ୍ମିଳନୀ ଯୋଗେ ଲକଡାଉନ୍ ସମୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆସନ୍ତା ସୋମବାର ସକାଳ ୫ଟା ଯାଏଁ ଲକଡାଉନ୍ ଜାରି ରହିବ । ଏହାସହ ଆସନ୍ତାକାଲି ଠାରୁ ମେଟ୍ରୋ ଟ୍ରେନ ଚଳାଚଳକୁ ବନ୍ଦ ରଖାଯିବ। ତେବେ ଦିଲ୍ଳୀରେ ଲକଡାଉନ୍ କରାଯିବା କାରଣରୁ ସଂକ୍ରମଣ ଅଳ୍ପ ପରିମାଣରେ ହ୍ରାସ ପାଇଛି । ସଂକ୍ରମିତଙ୍କ ହାର ୩୫% ରୁ ୨୩% କୁ ଖସିଆସିଛି ।

 

ଲଗାତର ୩ୟ ଥର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ନିଷ୍ପତ୍ତି ନେଇଛନ୍ତି । ମେ ୧୭ ଯାଏଁ ତାଲାବନ୍ଦ ଜାରି ରହିବ । ଏହି ସମୟରେ ସରକାର ସଂକ୍ରମଣ ମାମଲାକୁ ସମୀକ୍ଷା କରିବେ । ତେବେ ଦିଲ୍ଲୀରେ ୨୦ ଏପ୍ରିଲ୍ ରେ ଲକଡାଉନ୍ ଘୋଷଣା ହୋଇଥିଲା । ଏହି ସମୟରେ ସରକାର ଅକ୍ସିଜେନ୍ ସଙ୍କଟ ଉପରେ କାମ ଆରମ୍ଭ କରିଥିଲେ । ଏଥିସହ ଟିକାକରଣକୁ ବୃଦ୍ଧି କରିଛନ୍ତି । କାରଣ ଟିକା ହିଁ ହେଉଛି ସଂକ୍ରମଣରେ ରୋକ୍ ଲଗାଇବାର ଏକମାତ୍ର ଉପାୟ । ତେବେ ଏହି ବର୍ଦ୍ଧିତ ଲକଡାଉନ୍ ସମୟ ଅବଧିରେ କଟକଣାକୁ କିଛି ମାତ୍ରାରେ ବଢ଼ାଇଛନ୍ତି ରାଜ୍ୟ ସରକାର । ମେଟ୍ରୋ ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି । ସୋମବାର ଠାରୁ ସେଠାରେ ଆଉ ମେଟ୍ରୋ ଗଡିବ ନାହିଁ । ଏଥିସହିତ କୌଣସି ସାର୍ବଜନୀକ ସ୍ଥାନରେ ବିବାହ ହୋଇ ପାରିବ ନାହିଁ । ଘରେ କିମ୍ବା ମନ୍ଦିରରେ ବିବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାହା ପୁଣି ମାତ୍ର ୨୦ ଲୋକଙ୍କ ଉପସ୍ଥିତିରେ ।

Get real time updates directly on you device, subscribe now.