fbpx
BSKY
BJD YOUTH SKY
BJD MS SKY

ମହିଳାଙ୍କ ଶରୀର ପାଲଟି ଯାଉଛି ପଥର! ଆସନ୍ତୁ ଜାଣିବା ଏହା ପଛର ଏହାର କାରଣ

୩୭ ବର୍ଷୀୟା ଜୟ ବର୍ଡି ପେଶାରେ ହେଉଛନ୍ତି ଜଣେ ଶିକ୍ଷକ । ସେ ନୂଆ ନୂଆ ସ୍ଥାନ ପରିଭ୍ରମଣ କରିବାକୁ ଭଲ ପାଉଥିଲେ । ବିବାହ କରି ମାତୃତ୍ୱ ଲାଭ କରିବା ତାଙ୍କର ସ୍ୱପ୍ନ ଥିଲା । ସବୁକିଛି ଠିକଠାକ୍ ଚାଲିଥିବା ବେଳେ ହଠାତ୍ ତାଙ୍କ ଶରୀରରେ ଏକ ଅଜଣା ରୋଗ ପ୍ରବେଶ କରିଥିଲା । ଏହି ବୀମାରୀ ତାଙ୍କର ସ୍ୱପ୍ନକୁ ଧୂଳିସାତ୍ କରିଦେଲା ଏହା ପରଠାରୁ ତାଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ଏକ ଭୟଙ୍କର ବିମାରୀର ପ୍ରଭାବରେ ଜୟ ବର୍ଡିଙ୍କର ଶରୀର ଧୀରେ ଧୀରେ ପଥର ପରି ଶକ୍ତ ପାଲଟିବାରେ ଲାଗିଲା । ବର୍ତ୍ତମାନ ସେ ସ୍କେଲେରୋଡର୍ମା ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ସ୍କେଲେରୋଡର୍ମା ଏପରି ଏକ ରୋଗ, ଯାହାର ପ୍ରଭାବରେ ମଣିଷର ଶରୀର ଧୀରେ ଧୀରେ ପଥର ପରି ଟାଣ ହୋଇଯାଇଥାଏ । ଏହି ରୋଗରେ ପୀଡ଼ିତ ହେବା ପରେ ଜୟ ବର୍ଡିଙ୍କ ଶରୀରର ଚର୍ମ ଓ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଏହି ରୋଗ ଦ୍ୱାରା ତାଙ୍କର ଫୁସଫୁସ୍ ମଧ୍ୟ ଆକ୍ରାନ୍ତ ହେବାରେ ଲାଗିଥିଲା । ଡାକ୍ତରଙ୍କ ମତରେ, ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀର ବାହାରୁ ସାମାନ୍ୟ ଦେଖାଯାଏ, ମାତ୍ର ଭିତରେ ବହୁତ ସମସ୍ୟା ରହିଥାଏ । ଥରେ ସେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଏକ ଦ୍ୱୀପକୁ ବୁଲିବାକୁ ଯାଇଥିଲେ । ସେଠାରେ ଜୟଙ୍କର ତ୍ୱଚାରେ ପରିବର୍ତ୍ତନ ହୋଇଥିବା ତାଙ୍କର ସାଙ୍ଗ ଲକ୍ଷ୍ୟ କରିଥିଲେ । ଜୟ ତାଙ୍କ ସାଙ୍ଗଙ୍କର ଏହି କଥାକୁ ସେତେବେଳେ ଧ୍ୟାନ ଦେଇନଥିଲେ । ମାତ୍ର ପରେ ତାଙ୍କୁ ରୋଗ ଚିହ୍ନଟ କରିବା ପାଇଁ ୩ ବର୍ଷ ସମୟ ଲାଗିଯାଇଥିଲା । ଧୀରେଧୀରେ ସେ ଉଠିବା, ବସିବା, ଟାଇପିଂ କରିବା, ଚାଲିବାକୁ ଅସମର୍ଥ ହୋଇଥିଲେ । ଏହି ବୀମାରୀ କୌଣସି ସଫଳ ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତର ମତ ଦେଇଛନ୍ତି । ତଥାପି ଜୟ ବର୍ଡି ସମ୍ପୂର୍ଣ୍ଣ ସୁସ୍ଥ ହେବା ଆଶା ନେଇ ଡାକ୍ତରମାନେ ଚିକିତ୍ସା ଜାରି ରଖିଛନ୍ତି ।

Get real time updates directly on you device, subscribe now.