fbpx
BJD SKY
BJD SKY

ଛୁଟି ଦିନରେ ବି ଦର୍ଶକଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

BJD

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସର ସବୁ ଛୁଟିଦିନରେ ଲୋକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ ବୋଲି ସୂଚନା ମିଳିଛି । ଚତୁର୍ଥ ଶନିବାର ବ୍ୟତୀତ ରବିବାର, ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି ଦିନ ଗୁଡ଼ିକ ମିଶାଇ ମୋଟ ୮ଟି ଛୁଟିରେ ପୁଷ୍ପ ଉଦ୍ୟାନ ଖୋଲା ରହିବ । ଲୋକସେବା ଭବନ ପୁଷ୍ପ ଉଦ୍ୟାନରେ ପହଞ୍ଚି ଲୋକମାନେ ଉପଭୋଗ କରି ପାରିବେ । ଦର୍ଶକଙ୍କ ପାଇଁ ଉଦ୍ୟାନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଉଦ୍ୟାନକୁ ବିଭିନ୍ନ କିସମର ଫୁଲ ଲଗାଯାଇ ସଜା ଯାଇଥିବା ଦେଖିବାକୁ ମିଳିଛି । ତେବେ ଆଜି ମଧ୍ୟ ନୂଆବର୍ଷ ଉପଲକ୍ଷେ ଉଦ୍ୟାନ ବୁଲି ଦେଖିବା ପାଇଁ ଜନସାଧାରଣ ଯାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲୋକମାନେ ଲୋକସେବା ଭବନରେ ଥିବା ପୁଷ୍ପ ଉଦ୍ୟାନକୁ ପରିଦର୍ଶନ କରିବାକୁ ଚାହୁଁଥିଲା ବେଳେ ଏପରି ସୁଯୋଗ ସମସ୍ତଙ୍କ ମନରେ ଆନନ୍ଦ ଭରିଛି । ରଙ୍ଗ ବେରଙ୍ଗର ଫୁଲରେ ଉଦ୍ୟାନ ଖୁବ ସୁନ୍ଦର ଦେଖାଯାଉଛି ତେଣୁ ଲୋକମାନେ ଏହାର ଭରପୁର ମଜା ଉଠାଇ ପାରିବେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.