fbpx

ଜୀବଜନ୍ତୁଙ୍କ ଭଳି ଏହି ଦେଶରେ ଗାଡିକୁ ଚେନରେ ବାନ୍ଧନ୍ତି ଲୋକେ…

Advertisement

ଓଡିଶା ଭାସ୍କର: ଦୁନିଆର ପ୍ରତ୍ୟେକ ମଣିଷ ନିଜର ପରିଶ୍ରମରେ ଅର୍ଜିତ ଧନକୁ ସୁରକ୍ଷିତ ରଖିବାକୁ ଚାହେଁ । ଯେକେହି ବି ନିଜ ଉପାର୍ଜିତ ଧନରେ ଆଭୂଷଣ, ଜମି, ଗାଡି ବା ଅନ୍ୟ କିଛି କିଣିଥାଏ, ତାହାକୁ ସୁରକ୍ଷିତ ଭାବରେ ରଖିବାର ପ୍ରୟାସ କରେ । ଏହିକ୍ରମରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଚୋରି ହେବା ପ୍ରାୟ ଥୟ ଥାଏ । ଲଣ୍ଡନରେ ବର୍ତ୍ତମାନ ସମୟରେ କାର ମାଲିକମାନେ ନିଜ କାରକୁ ନେଇ ବ୍ୟସ୍ତ ହୋଇ ପଡିଛନ୍ତି । ଚେନରେ ସେମାନେ ନିଜ ଗାଡିକୁ ଚୋରି ନ ହେବା ପାଇଁ ବାନ୍ଧିକି ରଖୁଛନ୍ତି । ଏମିତି ଘଟଣା କେବଳ ଗୋଟିଏ କି ଦୁଇଟି ଗାଡିରେ ଦେଖିବାକୁ ମିଳୁନି ବରଂ ଅଧିକାଂଶ କାର ମାଲିକ ନିଜର କୋଟି କୋଟି ଦାମର କାରକୁ ଚେନରେ ବାନ୍ଧି ରଖୁଛନ୍ତି ଚୋରି ନ ହେବା ପାଇଁ ।

ବିଶେଷକରି ରେଞ୍ଜ ରୋଭର ଗାଡିରେ ଏହା ଅଧିକ ଦେଖିବାକୁ ମିଳୁଛି । ସେମାନେ ବିକଳ୍ପ ଭାବରେ ଏହାକୁ ବ୍ୟବହାର କରୁଛନ୍ତି ଗାଡିକୁ ଅଧିକ ସୁରକ୍ଷା ପ୍ରଦାନ କରିବା ପାଇଁ । ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ମଧ୍ୟ ହୋଇଛି । ଯେଉଁଠି ଦେଖିବାକୁ ମିଳୁଛି ଯେ, ରେଞ୍ଜ ରୋଭର କାରକୁ ଜଣେ ମାଲିକ ଗଛର ସାହାରା ନେଇ ଚେନରେ ବାନ୍ଧି ରଖିଛନ୍ତି । ରିପୋର୍ଟ ଅନୁସାରେ, ଲଣ୍ଡନରେ ‘ଲେକ୍ସସ ଆରଏକ୍ସ’ ନାମକ କାର ସେଠାରେ ବେଶୀ ଚୋରି ହୋଇଛି ୨୦୨୩ ମସିହାରେ । ଚୋରମାନେ ବିଳାସପୂର୍ଣ୍ଣ ଗାଡିର କାଚକୁ ଭାଙ୍ଗି ଏ ପ୍ରକାର ଚୋରି କରୁଥିବା ଜଣାପଡିଛି ।

 

 

Get real time updates directly on you device, subscribe now.