fbpx
BJD SKY
BJD SKY

କଲେଜର ଯୁବ ଛାତ୍ରଙ୍କ ନିକଟରେ ବଢ଼ୁଛି ଏକଲାପଣ: ରିସର୍ଚ୍ଚରୁ ଖୁଲାସା

BJD

ପୂରା ବିଶ୍ୱରେ ଅନେକ ବୈଜ୍ଞାନିକ ସର୍ଭେ ବାରମ୍ୱାର ଚେତାଇ ଦେଉଛି ଯେ ଆମର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ଏକଲାପଣ ବଢ଼ାଇ ଦେଉଛି । ବିଶେଷ ଭାବେ କଲେଜର ଯୁବ ଛାତ୍ରଙ୍କ ନିକଟରେ ଏକଲାପଣ ବଢ଼ିବାରେ ଲାଗିଛି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁ ଛାତ୍ର ଛାତ୍ରୀ ଅଧିକ ଅକଲାପଣର ଶିକାର ହେଉଛନ୍ତି ସେମାନଙ୍କ ନିକଟରେ ଅନେକ ସମସ୍ୟା ଦେଖାଯାଉଛି । ମୋଟାପଣ ଓ ଶାରୀରିକ ଗତିବିଧି ଧିମା ହେଉଛି । ସେମାନଙ୍କ ଖାଦ୍ୟପେୟରେ ମଧ୍ୟ ସମସ୍ୟା ହେଉଥିବା ସର୍ଭେରୁ ଜଣା ପଡ଼ିଛି ।

ଏଥିପାଇଁ ଏହାଉପରେ ଅଧିକ ରିସର୍ଚ୍ଚର ଜୁରୁରୀ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏକଲାପଣ ଗତ ଏକ ଦଶକ ହେବ କଲେଜ ଯାଉଥିବା ଛାତ୍ର ଛାତ୍ରୀଙ୍କ ନିକଟରେ ନାଟକୀୟ ଭାବେ ବୃଦ୍ଧି ପାଇବାରେ ଲଗିଛି । ଏହା ବ୍ୟତୀତ ନିକଟରେ ହୋଇଥିବା ଏକ ସର୍ଭେରେ କୁହାଯାଇଛି ଯେ ଆମେରିକାରେ କଲେଜ ଯାଉଥିବା ୪୪ ପ୍ରତିଶତ ଛାତ୍ର ଛାତ୍ରୀଙ୍କ ନିକଟରେ ଏକଲାପଣ ଅଧିକା ଥିବାରୁ ଓଜନ ବଢ଼ିବାରେ ଲାଗିଛି । ଫଳରେ ସେମାନେ ମୋଟାପଣର ଶିକାର ହେଉଛନ୍ତି । ଗତ ସର୍ଭେରୁ ଜଣାପଡ଼ିଛି ଯେ ଏକଲାପଣ ଅସ୍ୱାସ୍ଥ୍ୟକର ଭୋଜନ ଓ ଶାରୀରିକ ଶ୍ରମ ଅଭାବରୁ ହେଉଛି ।

ଏହାସହ କିଛି ସର୍ଭେ ମଧ୍ୟ କହୁଛି ଯେ ଏକଲାପଣ ଦ୍ୱାରା ଶରୀରର ଓଜନ ମଧ୍ୟ ବୃଦ୍ଧି ପଇବାରେ ଲାଗିଛି । ଜର୍ଜ ମେସନ ୟୁନିଭର୍ସିଟିର ରିସର୍ଚ୍ଚର ଟିମ୍ କଲେଜର ଛାତ୍ର ଛାତ୍ରୀଙ୍କ ଏକଲାପଣ ଓ ଗତିବିଧି ଉପରେ ସର୍ଭେ କରିଥିଲେ । ବିଶେଷଜ୍ଞମାନେ ହେଲ୍ଥ ଷ୍ଟାର୍ଟସ ହିୟର ଷ୍ଟଡିର ତଥ୍ୟକୁ ବିଶ୍ଳେଷଣ କରିଥିଲେ । ଯେଉଁଥିରେ ଆମେରିକାର ଏକ ବଡ଼ କଲେଜର ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଥିଲା ।

ବିଶେଷଜ୍ଞମାନେ ସର୍ଭେରୁ ଜାଣିବାକୁ ପାଇଥିଲେ ଯେ କଲେଜର ଯେଉଁ ଛାତ୍ରମାନେ ଅଧିକ ଏକଲାପଣର ଶିକାର ହେଉଛନ୍ତି, ସେମାନେ ଅଧିକ ଦୁଃଖୀ ଓ ଶାରୀରିକ କାର୍ଯ୍ୟକଳାପରେ ଧିମା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଯେଉଁ ଛାତ୍ର ଛାତ୍ରୀଙ୍କ ନିକଟରେ ଅକଲାପଣ ଅଧିକ ରହିଛି ସେମାନଙ୍କ ପେଟ ବଢ଼ିବାରେ ଲାଗିଛି । ଏହି ସର୍ଭେର ମୁଖ୍ୟ ଲେଖକ ଲି ଜିୟାଙ୍ଗ କହିଛନ୍ତି, ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଶାରୀରିକ ପରିଶ୍ରମ କମ୍ ହେବା ଫଳରେ ଏକଲାପଣ ବୃଦ୍ଧି ପାଇବାରେ ଲାଗିଛି । କଲେଜର ଅନେକ ଛାତ୍ରଛାତ୍ରୀ ଏପରି ଏକଲାପଣର ଶିକାର ହେଉଛନ୍ତି ।

Get real time updates directly on you device, subscribe now.