fbpx

ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଛତ୍ରପୁର: ହଜିଗଲା ମାନବିକତା ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ। ଅସୁସ୍ଥତା ଅନୁଭବ ହେବାରୁ ଅଧା ବାଟରେ ଓହ୍ଲାଇଦେଲା ବସ ଡ୍ରାଇଭର ଘଟଣା ସ୍ଥଳରେ ଚାଲିଗଲା ଜୀବନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜାତୀୟ ରାଜପଥ ପାର୍ଶ୍ୱରେ। ଭୁବନେଶ୍ୱର ଏମ୍ସ ମେଡିକାଲରୁ ବ୍ରହ୍ମପୁରକୁ ପାଟପୁର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମପଞ୍ଚାୟତର ପଦନତୋଳା ଗ୍ରାମର ପୁଅ ସଜିତ୍ ସ୍ୱାଇଁ, ମାଁ ରୁନୁ ସ୍ୱାଇଁ, ଯାହାଙ୍କ ବୟସ ୪୭ଙ୍କୁ ନେଇ ଆସୁଥିବା ବେଳେ ରାସ୍ତାରେ ମା’ କିଛି କଥା କହିନଥିଲେ।

ପୁଅ, ମା’ଙ୍କ ଏପରି ଅବସ୍ଥା ବିଷୟରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଉଭୟଙ୍କୁ ଜଣାଇଲା ପରେ,ସେମାନେ ମେଡିକାଲ ନେବା ପରିବର୍ତ୍ତେ ଗଞ୍ଜାମ ସହର ପାର୍ଶ୍ୱରେ ଥିବା ଶନିମନ୍ଦିର ନିକଟ ଜାତୀୟ ରାଜପଥ – ୧୬ କଡରେ ମା’,ପୁଅକୁ ଓହ୍ଲାଇ ଦେଇ ଚାଲିଯାଇଥିଲେ । ଫଳରେ ରାସ୍ତା ଉପରେ ହିଁ ମା’ଙ୍କର ମୃତ୍ୟୁ ଘଟିଥିଲା। ମା’ର ମୃତ ଶରୀରକୁ ଧରି ପୁଅ କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେସହଯୋଗର ହାତ ବଢାଇଥିଲେ ।

Get real time updates directly on you device, subscribe now.