fbpx
BSKY SKY
BSKY SKY

ଏଣିକି ହାର୍ଟ ଆଟାକର ସୂଚନା ଦେବ ଘଣ୍ଟା: ବଞ୍ଚିଯିବ ଅନେକ ଜୀବନ

BSKY

ଟେକନିକ୍ ଯଦି ସଠିକ୍ ବ୍ୟବହାର କରାଯାଏ, ତ ଏହା ଲୋକଙ୍କ ଜୀବନ ବଦଳାଇ ପାରେ । ଆପ୍ପଲ ୱାଚ୍ରେ ଏମିତି ହିଁ ଅନେକ ଟେକନିକ୍ ଦେଖିବାକୁ ମିଳିଥାଏ । ଅନେକ ଘଟଣାରେ ଆପ୍ପଲ ୱାଚ୍ ଜୀବନ ରକ୍ଷକ ସାବ୍ୟସ୍ତ ହୋଇଛି । ଏଥିରେ ଥିବା ସେନସର ଦ୍ୱାରା ବ୍ୟବହାରକାରୀର ହାର୍ଟ ରେଟ୍, ଇସିଜି ଓ ଅନେକ କିଛି ଜଣାଇ ଥାଏ । ସଦ୍ୟ ଏମିତି ଏକ ଘଟଣା ୟୁକେରେ ଘଟିଛି ।

ଜଣେ ମହିଳା ଦୃଢ଼ତାର ସହ କହିଛନ୍ତି କି ଆପ୍ପଲ ୱାଚ୍ ତାଙ୍କର ପାଲଟିଛି ଜୀବନ ରକ୍ଷକ । ମନଚେଷ୍ଟର ଇଭିନିଂ ନ୍ୟୁଜ୍ ଅନୁସାରେ, ୫୯ ବର୍ଷିୟ ଇଲେନ ଥମ୍ପସନଙ୍କର ହୃଦଘାତ ସମସ୍ୟା ଆସିବା ପରେ ୨୦୨୨ରେ ସେ ନିଜର ସ୍ୱାସ୍ଥ୍ୟର ନୀରିକ୍ଷଣ କରିବାକୁ ଏକ ଗ୍ୟାଜେଟର ଉପଯୋଗ କରୁଥିଲେ । ଘଣ୍ଟାଟି ଥମ୍ପସନଙ୍କର ହାର୍ଟର ଗତି ସହ କିଛି ଭୁଲ୍ ଲକ୍ଷଣ ପାଇଥିଲା ଏବଂ ତାଙ୍କୁ ଏହି ବିଷୟରେ ସତର୍କ କରାଇ ଥିଲା ।

ଏହାକୁ ଗୁରୁତର ସହ ନେଇ ସେ ଖୁବ ଶୀଘ୍ର ଜଣେ ହୃଦରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କଲେ, ସେ ତାଙ୍କୁ ଏକ ମନିଟର ଦେଲେ । ଏହି ମନିଟର ଦ୍ୱାରା ଥମ୍ପସନଙ୍କୁ ନିଜ ହାର୍ଟର ଧ୍ୟାନ ଦେବାକୁ ଥିଲା । ଏହି ଭିତରେ ମନିଟର ହସ୍ପିଟାଲକୁ ଏକ ଆଲର୍ଟ ପଠାଇଲା, ଯାହା ସୂଚନା ଦେଇଥିଲା କି ସେ ନିଦରେ ୧୯ ସେକେଣ୍ଡ ପାଇଁ ପୂରା ସ୍ଥିର ହୋଇ ଯାଇଥିଲେ । ଥମ୍ପସନକୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କ ହାର୍ଟରେ ଏତ ଆଣ୍ଟ୍ରିୟୋଭେଣ୍ଟ୍ରିକୁଲର ବ୍ଲକ ଥିବାର ଜାଣି ପାରିଲେ, ଯେଉଁଥି ପାଇଁ ଏହା ଧିରେ ଧିରେ ଓ ଅସ୍ୱାଭାବିକ ଭାବେ କମ୍ପନ ହେଇଥିଲା । ଏନଏଚଏସ ଅନୁସାରେ, ଏହା ଏକ ଗୁରୁତର ସ୍ଥିତି ଏବଂ ଅନେକ ସମୟରେ ଏମିତି ଚିକିତ୍ସା ଜରୁରୀକାଳିନ ସ୍ଥିତିରେ ଦେଖାଯାଇ ପାରେ । ଡାକ୍ତରମାନେ ଏହି ସ୍ଥିତିରୁ ଉଦ୍ଧାର କରିବାକୁ ଏକ ପେସମେକର ଲଗାଇଲେ ।

ଏହି ମହିଳା ଇଣ୍ଡିପେଣ୍ଡେଣ୍ଟକୁ କହିଥିଲେ, ମୋ ଝିଅ ମୋତେ ଫୋନ କରି କହିଥିଲା କି ମୁଁ ତକ୍ରାଳ ହସ୍ପିଟାଲ ଯିବା ଜରୁରୀ । ସେ ମୋତେ କହିଲା କି ମୋର ରେଜଲ୍ଟ ଦେଖାଉଛି କି ମୁଁ ୧୯ ସେକେଣ୍ଡ ପାଇଁ ଫ୍ଲାଟଲାଇନ୍ ହୋଇ ଯାଇଛି । ଏହା ମୋର ହାର୍ଟରେ ଗଡ଼ବଡ଼ କାରଣରୁ ହୋଇଥିବା ସେ ମୋତେ କହିଲା । ମୋତେ ପେସମେକର ଲଗାଇବାର ଆବଶ୍ୟକ ଜାଣି ,ମୁଁ ତା ପରଦିନ ପେସମେକର ଲଗାଇଲି, ଯେଉଁଥି ପାଇଁ ମୁଁ ଆଜି ସୁସ୍ଥ ଅଛି । ଆଜି ମୁଁ ଭାବୁଛି ଯଦି ମୋକତେ ଆପ୍ପଲର ୱାଚ୍ ଆଲର୍ଟ ନକରିଥାନ୍ତା, ତ ମୋ ସହ କିଛି ବି ହୋଇଥାନ୍ତା ।

Get real time updates directly on you device, subscribe now.