ଏମିତି ପୁଅ କାହାକୁ ନ ମିଳୁ… ଚୋରିକୁ ପେଶା କରିଛନ୍ତି ୮୧ ବର୍ଷୀୟା ବୃଦ୍ଧା
ଘରେ ଜାଗା ଦେଉନି ପୁଅ । ଆଶ୍ରୟ ଖୋଜୁଛି ମା’ ।
ଟୋକିଓ: ବଞ୍ଚିବା ପାଇଁ ସଂଘର୍ଷ କରୁଛି ମଣିଷ । ଜୀବନ ସଂଘର୍ଷକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ୮୧ ବର୍ଷୀୟା ବୃଦ୍ଧାକୁ ମିଳୁନି ଆଶ୍ରୟ । ଦୁଆର ଦୁଆର ବୁଲି ଖୋଜୁଛନ୍ତି ଆଶ୍ରୟ ।
୮୧ ବର୍ଷୀୟା ଓକିୟୋ, ବୁଲି ବୁଲି କରୁଛନ୍ତି ଚୋରୀ । କାରଣ ଚୋରି କରି ଜେଲ ଯିବା ପରେ ତାଙ୍କ ଜୀବନ ସହଜ ହୋଇଯିବ ବୋଲି ସେ କହୁଛନ୍ତି । ପୁଅ ଘରୁ ବାହାର କରିଦେବା କାରଣରୁ ଓକିୟୋ ଚୋରୀ କରୁଛନ୍ତି ।
କଷ୍ଟ ଦେଉଛି ପୁଅ : ଓକିୟୋଙ୍କୁ ଯେତେବେଳେ ୬୦ ବର୍ଷ ହୋଇଥିଲା, ସେତେବେଳେ ସେ ଖାଦ୍ୟ ଚୋରି କରି ଜେଲ ଯାଇଥିଲେ । ଓକିୟୋ ଟୋଚିଗି ମହିଳା ଜେଲରେ ରହୁଥିଲେ । ଜାପାନର ସବୁଠୁ ବଡ଼ ଜେଲରେ ଓକିୟୋ ୫୦୦ ଜଣଙ୍କ ସହ ରହୁଥିଲେ ।
ଜେଲରେ ରହିବା ପରେ ଓକିୟୋଙ୍କୁ ଏକୁଟିଆ ରହିବା କଷ୍ଟକର । ଏହାଛଡ଼ା ପୁଅ ଘରେ ସ୍ଥାନ ନ ଦେବା ଯୋଗୁ ବାହାରେ ରହିବା ଲଜ୍ଜାଜନକ ବୋଲି ସେ କହିଛନ୍ତି ।
ଖବର ମୁତାବକ ଏହି ଜେଲରେ ରହିବା ପାଇଁ ଲୋକମାନେ ମାସକୁ ୧୧,୨୦୦ରୁ ୧୬,୮୦୦ ଟଙ୍କା ଦେଉଛନ୍ତି । ବିଶେଷ କରି ବୟସ୍କ ଲୋକମାନେ ଏହି ଜେଲରେ ରହିବାକୁ ପସନ୍ଦ କରନ୍ତି ।