-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ ପରେ ଭୁବନେଶ୍ୱର ଝାରପଡା ଜେଲରେ କଡା ସୁରକ୍ଷା ବଳରେ ରଖାଯାଇଛି । ୩ ସିଫ୍ଟରେ ୩ କର୍ମଚାରୀ ବିବନ ଉପରେ ନଜର ରଖିଥିବା ସୂଚନା ମିଳିଛି । କଡା ନଜର ରଖାଯାଇଥିବା ନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ତେବେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ବିବନ କାଲିଠାରୁ ଜେଲରେ ରହୁଛି । ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା ।