fbpx

ଆଇନାରେ ନିଜକୁ ଦେଖି ଚମକି ପଡିଲା ଚିତାବାଘ: ଦେଖନ୍ତୁ କେମିତି ଦେଉଛି ରିଆକ୍ସନ

ପଶୁପକ୍ଷୀମାନଙ୍କର ଅନେକ ପ୍ରକାରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସବୁ ଭିତରେ କିଛି ଭିଡିଓ ସେମାନଙ୍କ ଶିକାର କରୁଥିବା ବେଳେ ରେକର୍ଡ କରାଯାଇଥାଏ । ସେହିପରି ସେମାନଙ୍କର ଆଉ କିଛି ମଜାଦାର ଭିଡିଓ ଅନେକ ସମୟରେ କ୍ୟାମେରାରେ କଏଦ ହୋଇଯାଏ । ଠିକ ସେମିତି ଏକ ଭିଡିଓ ଏବେ ଭାିରାଲ ହେବାରେ ଲାଗିଛି । ମହାବଳ ଚିତାବାଘର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ତେବେ ଭୟଙ୍କର ପଶୁର ଏମିତି ମଜାଦାର ରିଆକ୍ସନ ଏବେ ସମସ୍ତଙ୍କ ମନ କିଣିବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଚିତାବାଘକୁ ଦେଖାଯାଇଛି । ଯିଏ କି ଆଇନାରେ ନିଜ ପ୍ରତିଛବିକୁ ଦେଖି ହଠାତ ଚମକି ଉଠିଛି । ଜଙ୍ଗଳରେ ଥିବା ଏକ ଆଇନାରେ ହଠାତ ନିଜକୁ ଦେଖି ନେଇଛଇ ଏହି ଚିତାବାଘ । ଏହାପରେ ସେ ଚମକି ଉଠିବା ସହ ତାକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି । ନିଜ ପ୍ରତିଛବିକୁ ଶତ୍ରୁ ବୋଲି ଭାବି ତା ସହ ଯୁଦ୍ଧ କରିବାକୁ ଆଗେଇ ଆସିଛି ଏହି ଚିତାବାଘ । ତେବେ ଏହାପରେ ସେ ଆଇନାରେ କିଛି ମଜାଦାର ରିଆକ୍ସନ ଦେଇଛି । ଭୟାନକ ଆଖିରେ କିଛିଟା କ୍ୟୁଟ ଲୁକ ଦେଇ ସେ ପରୀକ୍ଷା କରିବାକୁ ଚେଷ୍ଟା କରୁଛି । ଚିତାବାଘର ଏଭଳି ସବୁ ରିଆକ୍ସନ ଦେଖି କୌଣସି ୟୁଜର ନିଜ ହସକୁ କଣ୍ଟ୍ରୋଲ କରିବା ସମ୍ଭବ ନୁହେଁ ।

୧୫ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଶହ ଶହ ୟୁଜର ଏହି ଭିଡିଓରେ ନିଜ ପ୍ରତିକ୍ରିୟା ମଧ୍ୟ ରକିଛନ୍ତି । ଫଳରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କୁ ମନୋରଞ୍ଜନ ଯୋଗାଉଛି ।

Get real time updates directly on you device, subscribe now.