fbpx

ଆଜି ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ, କାହିଁକି ୬ ହଜାର ବିବାହ ପ୍ରସ୍ତାବକୁ ରିଜେକ୍ଟ କରିଥିଲେ ବାହୁବଳୀ

ଆଜି ହେଉଛି ୪୩ତମ ଜନ୍ମ ଦିବସ ପାଳନ କରୁଛନ୍ତି ବାହୁବଳୀ ଫେମ ତଥା ପ୍ୟାନ ଇଣ୍ଡିଆ ଅଭିନେତା ପ୍ରଭାସ । ସେ ପ୍ରଭାସ ନାମରେ ବେଶ ଜଣାଶୁଣା ଥିବା ବେଳେ ଆଜି ବି କେହି କେହି ତାଙ୍କର ପୂରା ନାମ ଜାଣନ୍ତି ନାହିଁ । ତେବେ ପ୍ରଭାସଙ୍କ ପୂରା ନାମ ହେଉଛି ଉପଲପତି ଭେଙ୍କଟା ସୂର୍ଯ୍ୟନାରାୟନ ପ୍ରଭାସ ରାଜୁ ।

ସୁପରହିଟ ଚଳଚ୍ଚିତ୍ର ‘ବାହୁବଳୀ’ରେ ସାରା ବିଶ୍ୱ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ୧୯୭୯ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ପୂର୍ବରୁ ପ୍ରଭାସ କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରୁଥିଲେ । କିନ୍ତୁ ‘ବାହୁବଳୀ’ ଚଳଚ୍ଚିତ୍ର ପରେ ସେ ଦେଶ ତଥା ବିଶ୍ୱରେ ଏକ ନୂଆ ପରିଚୟ ପାଇଲେ । କେବଳ ଭାରତ ନୁହେଁ ଦେଶ ବିଦେଶରେ ବି ପ୍ରଭାସଙ୍କର ରହିଛି ଫ୍ୟାନ ଫଲୋଇଙ୍ଗ । ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରଭାସ ଯେତେବେଳେ ଫିଲ୍ମ ‘ବାହୁବଳୀ’ର ସୁଟିଂରେ ବ୍ୟସ୍ତ ଥିଲେ, ପ୍ରାୟ ୬ ହଜାର ଝିଅ ତାଙ୍କୁ ବିବାହ ପ୍ରସ୍ତାବ ପଠାଇଥିଲେ । ଏତେଗୁଡ଼ିଏ ପ୍ରସ୍ତାବ ପାଇବା ପରେ ମଧ୍ୟ ପ୍ରଭାସ ବିଚଳିତ ହୋଇ ନଥିଲେ । ସେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଫିଲ୍ମ ଉପରେ କେନ୍ଦ୍ରୀଭୂତ କରିଥିଲେ । ଏହି କାରଣରୁ ଏହି ସମୟ ମଧ୍ୟରେ ଆସିଥିବା ସମସ୍ତ ସମ୍ପର୍କ ପ୍ରଭାସଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଯଦିଓ ପ୍ରଭାସ ୬ ହଜାର ଝିଅଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ, ତାଙ୍କ ସହ ଅନୁଷ୍କା ଶେଟ୍ଟୀଙ୍କ ସମ୍ପର୍କର ଖବର ପ୍ରାୟତଃ ଗଣମାଧ୍ୟମରେ ଆସିଥାଏ । ଏହା ମଧ୍ୟ କୁହାଯାଏ ଯେ ପ୍ରଭାସ ଫିଲ୍ମ “ସାହୋ’ ପାଇଁ ଅନୁଷ୍କାଙ୍କ ନାମକୁ ସୁପାରିଶ୍ କରିଥିଲେ । କିନ୍ତୁ, ଅଧିକ ଓଜନ ହେତୁ ନିର୍ମାତା ପରେ ତାଙ୍କ ସ୍ଥାନରେ ଶ୍ରଦ୍ଧା କପୁରଙ୍କୁ ନେଇଥିଲେ । ଅଭିନେତା ପ୍ରଭାସ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ୨୦୦୨ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ଇଶ୍ୱର’ରୁ ଆରମ୍ଭ କରିଥିଲେ । ତେବେ ଏହା ପରେ ସେ ରାଘବେନ୍ଦ୍ର, ବର୍ଷମ, ଯୋଗୀ, ଏକ ନିରଞ୍ଜନ, ରିବେଲ୍, ବାହୁବଳୀ: ଦି ବିଗିନିଙ୍ଗ ଏବଂ ବାହୁବଳୀ: ଦି କନକ୍ଲୁଜନ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟର ଜଲୱା ଦେଖାଇଛନ୍ତି । ତେବେ ଜାନୁୟାରୀରେ ଆସୁଛି ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ’ ଯାହାକୁ ଚାହିଁ ରହିଛନ୍ତି ତାଙ୍କ ପ୍ୟାନ୍ସ ।

Get real time updates directly on you device, subscribe now.