fbpx

ଖସିଲା ସୁନା ଦର , ଏହି ସୁଵର୍ଣ୍ଣ ସୁଯୋଗର ଫାଇଦା ଉଠେଇବା ପାଇଁ ଆଜି ଘରକୁ କିଣି ନିଅନ୍ତୁ ସୁନା

ନୂଆଦିଲ୍ଲୀ: ଦିୱାଲୀ ଶୁଭ ଅବସରରେ ଭାରତୀୟମାନେ ସୁନା କିଣିବାକୁ ପସନ୍ଦ କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ଦିୱାଲୀକୁ ସୁନା ଓ ରୂପା କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଗତ କିଛି ଦିନ ହେବ ସୁନା ଓ ରୂପା ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଆଜି କେଉଁ ସହରରେ ସୁନା-ରୂପା ବିକ୍ରି ହେଉଛି …ଏହି ମାସରେ ସୁନା ଓ ରୂପା ହାର ହ୍ରାସ ପାଇଛି।

ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ଚଳିତ ମାସରେ ୧୦ ଗ୍ରାମ ପିଛା ୫୦,୦୬୨ ରୁ ୧,୭୭୬ ରୁ ଟଙ୍କା ହ୍ରାସ ପାଇଛି। ଏଥି ସହିତ ରୂପା ଏହି ମାସର ସର୍ବୋଚ୍ଚ ଦର ୬୧୦୩୪ ଟଙ୍କାରୁ ୫,୪୭୯ ଟଙ୍କା ହ୍ରାସ ପାଇ ୫୫୫୫୫ ଟଙ୍କା ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୧ଟଙ୍କା ହ୍ରାସ ପାଇଛି ଏବଂ ଏହା ଗୋଟିଏ ଗ୍ରାମ ପିଛା ୪୭୦୧ ଟଙ୍କାରେ ବିକ୍ରି ହେଉଛି । ୨୪ କ୍ୟାରେଟ୍ ସୁନା ୧ଟଙ୍କା ମହଙ୍ଗା ହେଇଛି ଏବଂ ଗୋଟିଏ ଗ୍ରାମ ପିଛା ୫,୧୨୯ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଆଜି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ୪୭,୧୫୦ ଟଙ୍କାରେ ଏବଂ ୨୪ କ୍ୟାରେଟ୍ ସୁନା ୫୨,୪୫୦ ଟଙ୍କାରେ ଉପଲବ୍ଧ ।
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ୪୭,୦୧୦ ଟଙ୍କାରେ ଏବଂ ୨୪ କ୍ୟାରେଟ୍ ସୁନା ୫୧,୨୯୦ ଟଙ୍କାରେ ବିକ୍ରି ହେଉଛି ।
କୋଲକାତାରେ ୨୨ କ୍ୟାରେଟ୍ ସୁନା ୪୭,୦୬୦ ଟଙ୍କାରେ ଏବଂ ୨୪ କ୍ୟାରେଟ୍ ସୁନା ୫୧,୨୯୦ ଟଙ୍କାରେ ବିକ୍ରି ହେଉଛି ।
ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ୪୭,୪୧୦ ଟଙ୍କାରେ ଏବଂ ୨୪ କ୍ୟାରେଟ୍ ସୁନା ୫୨,୭୧୦ ଟଙ୍କାରେ ବିକ୍ରି ହେଉଛି ।
ପାଟନାରେ ୨୨ କ୍ୟାରେଟ୍ ସୁନା ୪୭,୦୪୦ ଟଙ୍କାରେ ଏବଂ ୨୪ କ୍ୟାରେଟ୍ ସୁନା ୫୧,୨୯୦ ଟଙ୍କାରେ ବିକ୍ରି ହେଉଛି ।
ଜୟପୁରରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଯଥାକ୍ରମେ ୪୭,୧୫୦ ଜ୍ଝ ୫୧,୪୫୦ ଟଙ୍କା ବିକ୍ରି ହେଉଛି ।

Get real time updates directly on you device, subscribe now.