fbpx

Govt Job ଖୋଜୁଛନ୍ତି କି ? ଏମ୍ସରେ ବାହାରିଲା ନିଯୁକ୍ତି, ଦରମା ୩୯ ହଜାର

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । AIIMS ଚାକିରି ବିଜ୍ଞପ୍ତି ଅନୁଯାୟୀ, କ୍ଲିନିକାଲ୍ ନର୍ସିଂ କିମ୍ବା ଟ୍ୟୁଟର ପଦ ପାଇଁ ୩୩ ଟି ପଦବୀ ଖାଲି ଅଛି। ଯେଉଁଥି ପାଇଁ ଇଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀ AIIM ଋଷିକେଶର ଅଫିସିଆଲ୍ ୱେବସାଇଟ୍ aiimsrishikesh.edu.in କୁ ଯାଇ ଆବେଦନ କରି ପାରିବେ। ଚାକିରି ପାଇ ଥିବା ବ୍ୟକ୍ତିଙ୍କୁ ୭ମ ବେତନ କମିଶନ ମିଳିବ ।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ, ଋଷିକେଶରେ କ୍ଲିନିକାଲ୍ ଟ୍ୟୁଟର ପୋଷ୍ଟରେ ଚାକିରି ପାଇବା ପାଇଁ ବଡ଼ ସୁଯୋଗ ରହିଛି। ଯେଉଁ ବ୍ୟକ୍ତି ଯୋଗ୍ୟ ସରକାରୀ ଚାକିରି ପାଇବାକୁ ଇଚ୍ଛା କରୁଛନ୍ତି ସେମାନେ ସେମାନେ ଏଥି ପାଇଁ ଅଫିସିଆଲ ସାଇଡ ଯାଇ ଆବେଦନ କରି ପାରିବେ। ଅନଲାଇନ୍ ଫର୍ମ ଫିଲଅପ୍ କରିବାର ଶେଷ ତାରିଖ ଅକ୍ଟୋବର ୧୫, ୨୦୨୨।ଏହି ପଦବୀରେ ୩୩ ଟି ପୋଷ୍ଟ ଖାଲି ରହିଛି। ଆବେଦନ କରିବା ପୂର୍ବରୁ ଜାଣନ୍ତୁ ଏଜୁକେଶନ, ବୟସ ସୀମା,ଦରମା ଓ ଫିସ୍।

ଜେନେରାଲ କ୍ୟାଟେଗୋରୀ – ୧୫ ପଦ
OBC -୮ ପଦ
SC – ୫ ପଦ
ST – ୧
EWS- ୩

ଟୋଟାଲ ଖାଲି ପଦବୀ ସଂଖ୍ୟା ହେଉଛି ୩୩। ଯେଉଁ ଇଛୁକ ପ୍ରାର୍ଥୀ ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ BSc ଡିଗ୍ରୀ କରିଥିବେ ଓ ଏହା ଛଡ଼ା ରେଜିଷ୍ଟର ନର୍ସ ଏବଂ ମିଡୱାଇଫ୍ ସହିତ ଟ୍ୟୁଟର ଡିପ୍ଲୋମା କରିଥିବେ ସେମାନେ ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ। ଏହା ଛଡ଼ା ଶିକ୍ଷା ସଂସ୍ଥାରେ ୩ ବର୍ଷର ଅଭିଜ୍ଞତା ରହିବା ଦରକାର। ଏହି ପୋଷ୍ଟ ପାଇଁ ବୟସ ୫୦ ରୁ ଅଧିକ ହୋଇନଥିବା ଦରକାର୍। ତେବେ ଆବେଦନ ପାଇଁ OBC ଓ EWS ଙ୍କ ପାଇଁ ୨୦୦୦ ଟଙ୍କା ଦରକାର ଯେତେବେଳେକି ST ଓ SC ଆବେଦନକାରୀଙ୍କ ପାଇଁ ୧୦୦୦ ଟଙ୍କା। ତେବେ PWD ଆବେଦନକାରୀଙ୍କ ପାଇଁ ଏହା ଫ୍ରି।

ଦରମା:-
ଋଷିକେଶରେ କ୍ଲିନିକାଲ୍ ଟ୍ୟୁଟର ପୋଷ୍ଟରେ ଚାକିରି ପାଇବା ପରେ ଉପଯୁକ୍ତ ବ୍ୟକ୍ତିଙ୍କୁ ୭ ମ ପେ କମିଶନରେ ଲେଭେଲ ୧୦ ଗ୍ରେଡରେ ୫,୪୦୦ ରୁ ସବୁ ମାସରେ ୧୫, ୬୦୦ ଟଙ୍କାରୁ ୩୯,୧୦୦ ଟଙ୍କା ଦରମା ମିଳିବ।

Get real time updates directly on you device, subscribe now.