fbpx

Online Job ଖୋଜୁଛନ୍ତି କି? ସାବଧାନ୍ LinkedInରେ ଚୂନ ଲଗାଉଛନ୍ତି ଠକ କମ୍ପାନୀ , ସାମ୍ନାକୁ ଆସିଲା ନୂଆ ସ୍କାମ

ନୂଆଦିଲ୍ଲୀ : ଯଦି ଆପଣ ଲିଙ୍କଡିନ୍ ରେ ଜବ୍ ଖୋଜୁଛନ୍ତି, ତେବେ ଆପଣଙ୍କୁ ସାବଧାନ୍ ରହିବା ଅତ୍ୟନ୍ତ ଜରୁରୀ । ଏହା ସହ ଧ୍ୟାନ ଦିଅନ୍ତୁ ଯେ ପର୍ସନାଲ ଡେଟା ଯେପରି ଅନ୍ୟ ସହ ସେୟାର ନ କରନ୍ତି । କାରଣ ବହୁତଗୁଡିଏ ସାଇବର ଠକ କମ୍ପାନୀ ଲିଙ୍କଡିନ ରେ ନକଲି ଚାକିରି ଅଫର ଦେଇ ଆବେଦନକାରୀଙ୍କୁ ଠକୁଛନ୍ତି । ଅଧିକାଂଶ ଲୋକ ନକଲି ଚାକିରିର ଶିକାର ହେଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପୁରା ବିଶ୍ୱରେ ପ୍ରାୟ ୫୬ ପ୍ରତିଶତ ବ୍ୟବସାୟୀ ଚଳିତ ବର୍ଷ ଲିଙ୍କଡିନ୍ରେ ସ୍କାମର ସାମ୍ନା କରିଛନ୍ତି ।

ଚାକିରି ଦୁର୍ନୀତି ମାମଲାରେ ଏହି ସାଇଡ୍ ଏବେ ସବୁଠାରେ ଆଗରେ ରହିଛି । ୪୮ ପ୍ରତିଶତ ସ୍କାମ କେବଳ ଏହି ସାଇଡରୁ ହେଉଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ଠକ କମ୍ପାନୀ ଗୁଡିକ ଚାକିରି ଖୋଜୁଥିବା ଲୋକଙ୍କ ଠାରୁ ଟଙ୍କା ହଡପ କରିବା ପାଇଁ ନକଲି ଚାକିରି ପୋଷ୍ଟିଂ କରୁଛନ୍ତି । ଲିଙ୍କଡଇନ୍ ରେ ପ୍ରତି ସେକେଣ୍ଡରେ ୧୧୭ ଟି ଚାକିରୀ ଆବେଦନ କରାଯାଏ । , ଯେଉଁଥିପାଇଁ ଏହା ଠକମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ ପାଲଟିଛି ।

ଯଦି ଆପଣ ଏହି ପ୍ରକାରର ସ୍କାମରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଏହି ନିୟମଗୁଡିକ ଅନୁସରଣ କରନ୍ତୁ:

ବ୍ୟକ୍ତିଗତ ଇମେଲକୁ ଆସୁଥିବା ଜି-ମେଲ, ୟାହୁ ଏବଂ ସରକାରୀ ମେଲକୁ ଅଣଦେଖା କରନ୍ତୁ । ଏହାକୁ କ୍ଳିକ୍ କରନ୍ତୁ ନାହିଁ ।

ଚାକିରି ପାଇବା ପାଇଁ କେବେ ବି ପେମେଣ୍ଟ କରନ୍ତୁ ନାହିଁ ।

ଚାକିରି ପାଇଁ କେବେବି ଟଙ୍କା ନିଅ ନାହିଁ କିମ୍ବା କାହାକୁ ଦିଅ ନାହିଁ । ନିର୍ଭରଯୋଗ୍ୟ ଜବ୍ ୱେବସାଇଟ୍ ବ୍ୟବହାର କରନ୍ତୁ ।

ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆକାଉଣ୍ଟ ସୂଚନା, କିମ୍ବା କ୍ରେଡିଟ କାର୍ଡ ନମ୍ବର କାହାକୁ ଦିଅନ୍ତୁ ନାହିଁ ।

ଚାକିରି ପାଇଁ ଆବେଦନ କରିବା ପୂର୍ବରୁ ଦୟାକରି ଚାକିରି ପୋଷ୍ଟିଂକୁ ଭଲଭାବେ ସମୀକ୍ଷା କରନ୍ତୁ । ଆବେଦନ କରିବା ପୂର୍ବରୁ ଗୁଗୁଲ ଏବଂ ସୋସିଆଲ ମିଡିଆରେ କମ୍ପାନୀ ବିଷୟରେ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.