fbpx

‘ଭଗବାନ ରାମ ମୋ ସ୍ୱପ୍ନରେ ଆସିଲେ ଓ କହିଲେ- ମୋତେ ବଞ୍ଚାଅ…..’: ଜଣେ ଶିକ୍ଷାମନ୍ତ୍ରୀଙ୍କର ବୟାନ

Advertisement

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ଧର୍ମକୁ ନେଇ କିଛି ବିବାଦୀୟ ବୟାନ ଦେଇ ଫଶିଯାଇଥାନ୍ତି । ତେବେ ଏହା ମଧ୍ୟରେ ଜଣେ ରାଜନେତାଙ୍କ ବୟାନକୁ ନେଇ ଏକ ଖୁବ୍ ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ । ଚନ୍ଦ୍ରଶେଖର ଭଗବାନ ରାମଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଏହି ବୟାନ ପରେ ଏବେ ଚନ୍ଦ୍ରଶେଖରେ ବିବାଦ ଘେରକୁ ଆସିଯାଇଛନ୍ତି ।

ଚନ୍ଦ୍ରଶେଖର କହିଛନ୍ତି, ଭଗବାନ ରାମ ମୋ ସ୍ୱପ୍ନରେ ଆସିଥିଲେ ଓ କହିଲେ ଲୋକମାନେ ମୋତେ ବଜାରରେ ବିକ୍ରି କରିଦେଉନ୍ତି । ତୁମେ ମୋତେ ବିକ୍ରିରୁ ବଞ୍ଚାଅ । ଭଗବାନ ରାମ ଶବରୀଠାରୁ ମିଠାକୋଳି ଖାଇଥିଲେ । ମାତ୍ର ଆଜି ଶବରୀର ପୁଅ ମନ୍ଦିର ଯାଇପାରିବ ନାହିଁ । ଏହା ଦୁଃଖଦ ବିଷୟ । ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ରୋକି ଦିଆଯାଉଛି । ମନ୍ଦିରକୁ ଗଙ୍ଗାଜଳରେ ଧୂଆ ଯାଉଛି । ଈଶ୍ୱର ଶବରୀଠାରୁ ମିଠାକୋଳି ଖାଇ ସନ୍ଦେଶ ଦେଇଥିଲେ ।

ନିକଟରେ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ପିପରାର ରାମପୁର ଗ୍ରାମର ପୂର୍ବତନ ଶିକ୍ଷକ ସଂଘର ଅଧ୍ୟକ୍ଷ ଲକ୍ଷ୍ମୀ ଯାଦବଙ୍କ ପୂଣ୍ୟତିଥି ଅବସରରେ ସେଠାରେ ପହଞ୍ଚିଥିଲେ । ଏହି ଅବସରରେ ସେ ଶ୍ରଦ୍ଧାଞ୍ଜଳି ଦେବା ପରେ ନିଜ ସ୍ୱପ୍ନର କଥା କହିଥିଲେ । ଏହି ଅବସରରେ ସେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଉପରେ ଅନେକ କଥା କହିଥିଲେ । ରାମଚନ୍ଦ୍ର ଜାତି ବ୍ୟବସ୍ଥାକୁ ସମାପ୍ତ କରିବାର ସନ୍ଦେଶ ଦେଇ ଯାଇଛନ୍ତି ବୋଲି ସେ କହିଥିଲେ ।

Get real time updates directly on you device, subscribe now.