fbpx
BSKY
BJD MC SKY
BJD MS SKY

ବିଶ୍ଵ ବ୍ୟାଙ୍କ ପରେ ମୋଦୀ ସରକାରଙ୍କ ଏହି ଯୋଜନାରେ ଶତମୁଖ IMF, କହିଲା- ଭାରତଠୁ ଦୁନିଆ ଶିଖନ୍ତୁ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କ୍ୟାସ୍ ଟ୍ରାନ୍ସଫର ଯୋଜନାର ପ୍ରଶଂସାରେ ଶତମୁଖ ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମଏଫ। ଅନ୍ତର୍ଜାତୀୟ ମୁଦ୍ରା କୋଷ ଭାରତର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଏବଂ ଅନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ ପୁରା ଦୁନିଆ ଭାରତଠୁ ଶିଖିବା ଉଚିତ୍ ବୋଲି ଆଇଏମଏଫ କହିଛନ୍ତି। ଏହା ପୂର୍ବରୁ କରୋନା କାଳରେ କ୍ୟାସ୍ ଟ୍ରାନ୍ସଫର ଯୋଜନା ପାଇଁ ବିଶ୍ଵ ବ୍ୟାଙ୍କ ଭାରତର ପ୍ରଶଂସା କରି ସାରିଛି।

ଆଇଏମଏଫର ବୈଦେଶିକ ବିଭାଗର ଡେପୁଟୀ ଡାଇରେକ୍ଟର ପାଓଲୋ ମୋରୋ କହିଛନ୍ତି, ଭାରତର ନଗର ନେଣଦେଣ ବ୍ୟବସ୍ଥା ବେଶ ପ୍ରଶଂସନୀୟ। ଦେଶର ବିଶାଳ ଭୌଗୋଳିକ ଅଞ୍ଚଳକୁ ଦେଖିଲେ ସେଠାକାର ସରକାର ଯୋଜନାକୁ ଯେମିତି ରୂପାନ୍ତର କରୁଛନ୍ତି ତାହା ବେଶ ବାସ୍ତବଯୋଗ୍ୟ ଏବଂ ପ୍ରଶଂସନୀୟ। ଆଇଏମଏଫର ଉପ ନିର୍ଦ୍ଦେଶକ ମୋରା ଭାରତଠୁ କିଛି ଶିଖିବା ଉଚିତ୍ ବୋଲି କହିଛନ୍ତି।

ସେ କହିଛନ୍ତି, ଭାରତ ସରକାର ମହିଳା, ବୃଦ୍ଧ ଏବଂ କୃଷକଙ୍କୁ ଧ୍ୟାନରେ ରଖି ଯୋଜନାର ପ୍ରଣୟନ କରୁଛନ୍ତି। ଭାରତ ଆଧାର କାର୍ଡର ବ୍ୟବହାର ବେଶ ପ୍ରଭାବଶାଳୀ ଢଙ୍ଗରେ କରି ପାରୁଛି। ଆଧାର କାର୍ଡ ଜରିଆରେ ଭାରତ ନିଜ ନାଗରିକଙ୍କୁ ସରକାରୀ ଯୋଜନାର ଫାଇଦା ପହଞ୍ଚାଇ ପାରୁଛି। ଭାରତ ଏହି ଦିଗରେ ବେଶ ଯତ୍ନବାନ ଥିବା ଆଇଏମଏଫର ଉପ ନିର୍ଦ୍ଦେଶକ କହିଛନ୍ତି।

ଏହା ପୂର୍ବରୁ ଆଇଏମଏଫ କରୋନା ମହାମାରୀର ମୁକାବିଲା ସମୟରେ ଭାରତର ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି। ଭାରତ ଯେଉଁଭଳି ଭାବେ ନିଜ ନାଗରିକଙ୍କ ପ୍ରତି ଯତ୍ନବାନ ରହିଛି ସେଥିରୁ ଅନ୍ୟ ଦେଶ ଶିଖିବା ଉଚିତ୍ ବୋଲି ଆଇଏମଏଫ କହିଛି। ଉଲ୍ଲେଖନୀୟ ବିଶ୍ଵରେ କରୋନା ମହାମାରୀ ସମୟରେ ଭାରତ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରି ପାରିଛି।

Get real time updates directly on you device, subscribe now.