fbpx

‘ମୁଁ ଆଉ କିଛି କରିଦେବି…’: ବିସିସିଆଇ ପଦରୁ ହଟିବା ନେଇ ଏମିତି କାହିଁକି କହିଲେ ଦାଦା?

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନିର୍ବାଚନ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦରେ ଗାଙ୍ଗୁଲିଙ୍କ ଅଧିକାର ରହିଛି । କିନ୍ତୁ ଆଗକୁ ସେ ଏହି ପଦବୀ ହାତଛଡା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ଅଧ୍ୟକ୍ଷ ପଦରୁ ଗାଙ୍ଗୁଲିଙ୍କୁ ହଟାଇ ଦିଆଯାଇପାରେ ବୋଲି କୁହାଯାଉଛି । ତେବେ ଦାଦାଙ୍କ ବିକଳ୍ପ ଭାବରେ ୧୯୮୩ ବିଶ୍ବକପ ବିଜେତା ଦଳର ଅଲରାଉଣ୍ଡର ରୋଜର ବିନ୍ନୀ ସବୁଠୁ ବଡ ଦାବିଦାରୀ ପାଲଟିଛନ୍ତି ।

ତେବେ ଏହିସବୁ ଆଲୋଚନା ପର୍ଯ୍ୟାଲୋଚନାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ । ସେ କହିଛନ୍ତି ଯେ, ଏହି ଜୀବନ ଏକ ଚକ୍ର ସଦୃଶ । ତେଣୁ ଏଥିରେ ଉତ୍ଥାନପତନ ଲାଗି ରହିଛି । ତେବେ ଏହି ସମୟରେ ନିଜ ଉପରେ ବିଶ୍ୱାସ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ବଡ ସଫଳତା ପାଇଁ ଛୋଟ ଛୋଟ ପାଦ ପକାଇବା ଉଚିତ । ତେବେ ସବୁ କିଛି ଏକା ସାଙ୍ଗରେ ପାଇଯିବା ସମ୍ଭବ ନୁହେଁ । ଗୋଟିଏ ଦିନରେ କେହୁ ସଚିନ ତେନ୍ଦୁଲକର କିମ୍ବା ନରେନ୍ଦ୍ର ମୋଦି ହୋଇ ଯାଆନ୍ତିନି ।

ଏହା ସହ ଗାଙ୍ଗୁଲି କହିଛନ୍ତି ଯେ, ମୁଁ ଜଣେ ପ୍ରଶାସକ ରହି ସାରିଛି । ତେଣୁ ମୁଁ ଆଉ କିଛି କରିପାରିବି । ସମସ୍ତେ ପରୀକ୍ଷା ନିଅନ୍ତି । ଅନେକ ସମୟରେ ବିଫଳତା ମଧ୍ୟ ମିଳପାରେ, କିନ୍ତୁ ନିଜ ଉପରେ ବିଶ୍ୱାସ ରକି ଆଗକୁ ବଢି ଚାଲିବା ହିଁ ସଫଳତାର ପାହାଚ । ୨୦୧୯ ମସିହାରୁ ବିସିସିଆଇର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ସମ୍ଭାଳିଛନ୍ତି ସୌରଭ ଗାଙ୍ଗୁଲି । ତେଣୁ ଚଳିତ ମାସ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କୁ ଦଳ ଛାଡିବାକୁ ପଡିପାରେ । ତେବେ ଦାଦାଙ୍କ ସ୍ଥାନରେ ରୋଜର ବିନ୍ନୀଙ୍କୁ ଏହି ପଦବୀ ଦେଇପାରେ ବିସିସିଆଇ ।

Get real time updates directly on you device, subscribe now.