fbpx

BIG BREAKING…ବାଲେଶ୍ବରରେ ପ୍ରଚଣ୍ଡ ଶବ୍ଦ; ଥରିଲା ଆଖପାଖ ଅଞ୍ଚଳ, ଲୋକେ ଭୟଭୀତ

ବାଲେଶ୍ବର: (ଓଡ଼ିଶା ଭାସ୍କର) ବାଲେଶ୍ବରରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା ।

କିନ୍ତୁ ବଜ୍ରପାତ କାରଣରୁ ଏପରି ଶବ୍ଦ ହୋଇଥିବା ସୂଚନା ମିଳିଛି । କହିବାକୁ ଗଲେ ଏହିପରେ ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ସୂଚନା ଦେଲେ ବାଲେଶ୍ବର ପାଣିପାଗ କେନ୍ଦ୍ର ଅଧିକାରୀ ।

Get real time updates directly on you device, subscribe now.