fbpx

କେଉଁ ଲୋକଙ୍କ ରାଶିରେ ରହିଛି ପ୍ରେମ ବିବାହ ଯୋଗ ? ଯାହାକୁ ଭଲ ପାଆନ୍ତି, ତାକୁ ହିଁ ବାହା ହୁଅନ୍ତି

ହିନ୍ଦୁ ଧର୍ମରେ ବିବାହ ସମୟରେ ବର କନ୍ୟାର ରାଶି ମିଶାଇବା ପରମ୍ପରା ରହିଛି । କିନ୍ତୁ କେତେକ ଲୋକେ ଜାତକରେ ରହିଥିବା ରାଶି ସହ ଜଡିତ ପରମ୍ପରାକୁ ମାନି ନଥାନ୍ତି, ଖାସ୍ କରି ଏହି ଘଟଣା ପ୍ରେମ ବିବାହରେ ଦେଖିବାକୁ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶିର ବିଶେଷ ଗୁରୁତ୍ୱ ରହିଛି । ରାଶିଫଳରୁ ଜଣେ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜାଣିହେବ । ଆସନ୍ତୁ ଜାଣିବା କେଉଁ ଲୋକଙ୍କ ରାଶିର ପ୍ରେମ ବିବାହ ଯୋଗ ଅଧିକ ରହିଛି….

ମେଷ;
ମେଷ ରାଶିର ଲେଶକେମାନେ ଅଧିକ ଭାବୁକ ହୋଇଥାନ୍ତି ଓ ସେମାନେ ଭଲ ପାଉଥିବା ଲୋକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିନ୍ତି । ଏହି ଲୋକମାନେ ସେମାନଙ୍କର ପ୍ରତ୍ୟେକ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି ଏବଂ ଏହାକୁ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ କରନ୍ତି । ମେଷ ରାଶିର ଅଧିକାଂଶ ଲୋକ ସେମାନଙ୍କର ପ୍ରିୟ ବନ୍ଧୁ ବା ନିଜ ଗ୍ରୁପର କାହା ପ୍ରେମରେ ପଡିଯାଆନ୍ତି ଓ ତାଙ୍କୁ ବିବାହ କରିଥାନ୍ତି ।

ବୃଷ;
ବୃଷ ରାଶିର ଲୋକମାନେ ବହୁତ ସଂକଳ୍ପବଦ୍ଧ ଏବଂ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକମାନେ ବହୁତ କମ୍ ଜିନିଷ ପସନ୍ଦ କରନ୍ତି । ସ୍ୱଭାବରେ ଏହି ଲୋକାମନେ ବହୁତ ଜିଦିଆ । ଯଦି ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ନିଜ ସାଥୀଙ୍କୁ ବିବାହ କରିବେ ତେବେ କେହି ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ ନାହିଁ । ଏହି ଲୋକମାନେ ନିଜ ମାମଲା ନିଜେ ସମାଧାନ କରନ୍ତି ।

ମିଥୁନ;
ମିଥୁନ ରାଶିର ଲୋକମାନେ ମଜାକ ପ୍ରକୃତିର ହୋଇଥାନ୍ତି ଓ ସାମାଜିକ ସ୍ୱାଭକ ଦ୍ୱାରା ଅନେକ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି । ସେମାନେ ସେମାନଙ୍କର କାର୍ଯ୍ୟ ଏବଂ ସାଙ୍ଗମାନଙ୍କ ପ୍ରତି ଗମ୍ଭୀର ନୁହଁନ୍ତି, କିନ୍ତୁ ସେମାନେ ନିଜେ ସାଥୀ ବାଛନ୍ତି । ସେମାନେ କେବଳ ସେହି ଲୋକଙ୍କୁ ବିବାହ କରନ୍ତି, ଯେଉଁମାନେ ତାଙ୍କର ନଖରା ସହିପାରୁଥିବେ । ତେଣୁ ସେମାନେ ସେହି ବ୍ୟକ୍ତିଙ୍କୁ ବିବାହ କରନ୍ତି ଯିଏ ସେମାନଙ୍କୁ ପୂର୍ବରୁ ଜାଣିଛନ୍ତି ।

ଧନୁ ରାଶି;
ଧନୁ ରାଶିର ଲୋକମାନେ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ବିତାଇଥାନ୍ତି । ଧନୁ ରାଶି ଲୋକମାନେ ନିଜ ଇଚ୍ଛାରେ ବିବାହ କରନ୍ତି । ଏହି ଲୋକମାନେ ଆରେଞ୍ଜ ମ୍ୟାରେଜ୍ କରିବାକୁ ପସନ୍ଦ କରନ୍ତି ନାହିଁ ଓ ନିଜ ପସନ୍ଦର ହିଁ ସାଥୀ ବାଛିଥାନ୍ତି । ଏହି ଲୋକମାନେ ନିଜର ସାଥୀ ସହ ସବୁ ପରିସ୍ଥିତିରେ ସାଙ୍ଗରେ ରହନ୍ତି ।

 

ମକର ରାଶି;
ମକର ରାଶିର ଲୋକେ ଯାହାକୁ ଭଲ ପାଆନ୍ତି, ତାକୁ କିଛି ବି ପରିସ୍ଥିତିରେ ଛାଡନ୍ତି ନାହିଁ । ଏହି ରାଶିର ଲୋକମାନେ ନିଜ ପସନ୍ଦ ସହିତ ଅଧିକ ବୁଝାମଣା କରନ୍ତି ନାହିଁ । ଏଥିପାଇଁ ଏହି ରାଶିର ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କର ପ୍ରେମ ବିବାହ ହୋଇଥାଏ ।

Get real time updates directly on you device, subscribe now.