fbpx

SBIରେ ଚାକିରି ପାଇଁ ଆବେଦନର ଶେଷ ସୁଯୋଗ: ଏପରି କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଖୋଜୁଥିବା ପ୍ରାର୍ଥୀଙ୍କୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କରେ ଚାକିରି ପାଇଁ ଆବେଦନର ଏହା ହେଉଛି ଶେଷ ସୁଯୋଗ । ଏସବିଆଇ ପକ୍ଷରୁ ୨୭ ସେପ୍ଟେମ୍ବରରେ ଜୁନିୟର ଆସୋସିଏଟ୍ ପଦ ପାଇଁ ଆବେଦନ ପ୍ରକ୍ରିୟା ବନ୍ଦ କରାଯିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆବେଦନକୁ ଏସବିଆଇ ୱେବସାଇଟ୍ sbi.co.in, ibpsonline.ibps.inର କ୍ୟାରିୟର ପୋର୍ଟାଲରେ ଜମା କରିପାରିବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଅଛି । ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଯୋଗ୍ୟତା, ବୟସ ସୀମା ଏବଂ ନିଯୁକ୍ତି ଆବେଦନର ଅନ୍ୟାନ୍ୟ ସର୍ତ୍ତ ପାଇଁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢ଼ିବାକୁ କୁହାଯାଇଛି ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଜୁନିଅର ଆସୋସିଏଟର ୫୦୦୮ ଟି ଖାଲି ପଦବୀ ପୂରଣ ହେବ । ଯେଉଁଥିରେ ୨୪୩ ଟି ପୋଷ୍ଟ ସାଧାରଣ ବର୍ଗ ପାଇଁ, ଅନ୍ୟ ପଛୁଆ ଶ୍ରେଣୀ ପାଇଁ ୧୧୬୫ ଟି ପୋଷ୍ଟ, ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୪୯୦ ଟି ପୋଷ୍ଟ, ଅନୁସୂଚିତ ଜାତି ବର୍ଗ ପାଇଁ ୭୪୩ ଟି ପୋଷ୍ଟ ଏବଂ ଅନୁସୂଚିତ ଜାତି ବର୍ଗ ପାଇଁ ୪୬୭ ଟି ପୋଷ୍ଟ ରହିଛି ।

ଆବେଦନ ଶୁଳ୍କ ବିଷୟରେ କହିବାବେଳେ ଜେନେରାଲ / ଓବିସି / ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଛି । SC/ ST/ PwBD/ ESM/DESM ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି । ଚୟନ ପ୍ରକ୍ରିୟା ଏକ ଅନଲାଇନ୍ ପରୀକ୍ଷା (ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା) ଏବଂ ନିର୍ଦ୍ଦିଷ୍ଟ ମନୋନୀତ ସ୍ଥାନୀୟ ଭାଷାର ପରୀକ୍ଷାଣରେ ସାମିଲ ହେବ ।

ଏପରି କରନ୍ତୁ ଆବେଦନ :
– ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ ।

– ୱେବସାଇଟ୍ ର ହୋମପେଜରେ ଆପଣ RECRUITMENT OF JUNIOR ASSOCIATES (CUSTOMER SUPPORT & SALES)ର ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

– ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ । ଏଠାରେ ପଞ୍ଜିକରଣ କରନ୍ତୁ ଏବଂ ଆବେଦନ କରିବାକୁ ଲଗଇନ୍ କରନ୍ତୁ ।

– ପଞ୍ଜୀକରଣ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।

– ଦେୟ ଦେବା ପରେ ଆବେଦନପତ୍ର ସବମିଟ କରନ୍ତୁ । ଏହା ବ୍ୟତୀତ ଆପର ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ ।

Get real time updates directly on you device, subscribe now.