fbpx

ବିପଦ ସଂକେତ ଉପରେ ଯମୁନା ପାଣି: ତଳିଆ ଅଞ୍ଚଳରେ ଘନେଇଲା ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି ଯମୁନାର ଜଳସ୍ତର । ଲଗାଣ ବର୍ଷା ଏବଂ ହରିୟାଣା ଯମୁନାନଗରର ହଥିନୀକୁଣ୍ଡ ବ୍ୟାରେଜରୁ ଅଧିକ ମାତ୍ରାରେ ପାଣି ଛଡାଯିବା ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ନଦୀର ତଳିଆ ଅଞ୍ଚଳ ପାଇଁ ବିପଦ ଘନୀଭୂତ ହେଉଛି । ଏମିତି କି ଏହି ସବୁ ଅଞ୍ଚଳରେ ବନ୍ୟ ପରି ସ୍ତିତି ମଧ୍ୟ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି ।

ଉପରି ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରବିବାର ରାଜଧାନୀରେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ (୨୦୪.୫ମିଟର) ଛୁଇଁଥିଲା । ତେବେ ହରିୟାଣା ଯମୁନାନଗରର ହଥିନୀକୁଣ୍ଡ ବ୍ୟାରେଜରୁ ଏକ ଲକ୍ଷ କ୍ୟୁସେକ ପାଣିରୁ ଅଧିକ ଛଡାଯିବା ପରେ ଦିଲ୍ଲୀରେ ବନ୍ୟାର ଚେତାବନୀ ଦିଆଯାଇଥାଏ । ଏହାସହିତ ଯମୁନା ନଦୀକୂଳରେ ରହୁଥିବା ତଳିଆ ଅଞ୍ଚଳ ଏବଂ ଅନ୍ୟ ବନ୍ୟା ସମ୍ଭାବିତ ଅଞ୍ଚଳର ଲୋକମାନଙ୍କୁ ବିସ୍ଥାପିତ କରାଯାଏ ।

ତେବେ ଗତ ରାତି ୮ଟା ରେ ପାଖାପାଖି ୪୫,୩୫୨ କ୍ୟୁସେକ ପାଣି ଛଡାଯିବା ନେଇ ସୂଚନା ଦେଇଛି ଦିଲ୍ଲୀ ବନ୍ୟା ନିୟନ୍ତ୍ରଣ ବିଭାଗ । ୧ କ୍ୟୁସେକ ଜଳ ଅର୍ଥାତ ୨୮.୩୨ ଲିଟର ପ୍ରତି ସେକେଣ୍ଡ ସମାନ ହୋଇଥାଏ । ଯମୁନା ନଦୀ ପ୍ରଣାଳୀର ଧରାପୃଷ୍ଠରେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶ ରହିଛି।

Get real time updates directly on you device, subscribe now.