fbpx

Love, Sex ଓ ଧୋକା: ୱେବ୍ ସାମ୍ବାଦିକ ଗିରଫ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ଜଣେ ସାମ୍ବାଦିକା ପୋଲିସ କବଜାରେ ରହିଥିବା ବେଳେ ଲଭ ସେକ୍ସ ଓ ଧୋକା ମାମଲାରେ ଆଉ ଜଣେ ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ । ପ୍ରେମ, ପ୍ରତାରଣା ଓ ଲୁଟ ଅଭିଯୋଗରେ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ । ପ୍ରତାରିତ ପ୍ରେମିକା ଜଣକ ବଡମାଳ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଯୁବକଙ୍କୁ ରାଉରକେଲାରୁ ଗିରଫ କରାଯାଇଛି ।
ଉଭୟ ପରସ୍ପରକୁ ଫେସବୁକରେ ଭେଟିଥିଲେ । ଫେସବୁକ ବନ୍ଧୁତା ପ୍ରେମରେ ପରିଣତ ହେବା ପରେ ଯୁବତୀଙ୍କୁ ନିକଟରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଯୁବକ । ବିବାହ ପ୍ରତିଶ୍ରୁତି ଦେଇ ଅର୍ଥ ଲୁଟ କରିବା ପରେ ଧରାଛୁଆଁ ନଦେବାରୁ ଯୁବତୀ ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ପୋଲିସ ଯୁବକଙ୍କୁ ରାଉରକେଲାରୁ ଗିରଫ କରିଛି ।

Get real time updates directly on you device, subscribe now.