fbpx

ପ୍ରେମ କଲା, ଶାରିରୀକ ସମ୍ପର୍କ ରଖିଲା: ବିବାହ ହେବା କଥା ଆସିବା ବେଳକୁ ଗର୍ଭନଷ୍ଟ କରାଇ ଚମ୍ପଟ ମାରିଲା ପ୍ରତାରକ ପ୍ରେମିକ

ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀରେ ପୁଣି ଏକ ଲଭ-ସେକ୍ସ ଧୋକା ଘଟଣାରେ ଜଣେ ଯୁବତୀ ମୁହଁ ଖୋଲିବା ସହ ଅଭିଯୋଗ ଆଣିଛନ୍ତି । ଏନେଇ ଯୁବତୀ ଜଣକ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ପ୍ରେମ କରି ସର୍ବସ୍ୱ ଲୁଟି ଥିବା ପ୍ରତାରକ ପ୍ରେମିକ ବିରୋଧରେ ଅଭିଯୋଗ ଆଣିବା ସହ ନ୍ୟାୟ ମାଗିଛନ୍ତି । ବିବାହ ପ୍ରତିଶୃତି ଦେଇ ପ୍ରେମିକ ରଖିଥିଲା ଶାରିରୀକ ସଂପର୍କ । ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଏହିଭଳି ଏକ ଘଟଣା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଜଣାପଡିଛି ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନର ଦେଖାସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମ ସଂପର୍କ ଆଳରେ ପ୍ରେମିକା ସହ ରଖିଲା ଶାରୀରିକ ସଂପର୍କ ରଖିଥିଲା । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତସତ୍ୱା କରିଥିଲା ପ୍ରେମିକ । ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲା । ସେତେବେଳେ ପ୍ରେମିକ ଜଣକ ଆଉ ଧରାଛୁଆଁ ଦେଇନଥିଲା । ଏକଦା ବିବାହ ପାଇଁ କଥା ଦେଇଥିବା ପ୍ରେମିକ ଜଣଙ୍କ ତିନି ମାସର ଭୃଣକୁ ହତ୍ୟା କରି ଫେରାର ହୋଇଯାଇଛି । ଏବେ ନ୍ୟାୟ ଅପେକ୍ଷାରେ ଯୁବତୀ ପୋଲିସ ନିକଟରେ ପହଞ୍ଚିଛନ୍ତି ।ଏହିଭଳି ଏକ ଘଟଣା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଜଣାପଡିଛି ।

 

 

 

Get real time updates directly on you device, subscribe now.