fbpx
BSKY SKY
BSKY SKY

ଓଟିଟି ପ୍ଲାଟଫର୍ମରେ ନିଆଁ: ଭାଲେଣ୍ଟାଇନ ଡେରେ ପ୍ରଥମ କରି ନଜର ଆସିବେ ଓଲିଉଡର ଲଭଲୀ-ବବଲି ଯୋଡି

BSKY

ଭୁବନେଶ୍ୱର: ଓଲିଉଡରେ ପ୍ରଥମ ଥର ପାଇଁ ଗୋଟିଏ ସ୍କ୍ରିନରେ ନଜର ଆସିବେ ଓଡିଶାର ଦୁଇ ଆଲବମ କୁଇନ ଲଭଲୀ ଏବଂ ବବଲି । ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କ୍ଷୁଦ୍ର ଚଳଚ୍ଚିତ୍ର “ଟ୍ରୁଲି ୟୋର୍ସ’ରେ ଉଭୟଙ୍କ ଜଲୱା ଦେଖିବେ ଦର୍ଶକ । ଭାଲେଣ୍ଟାଇନ ଡେ’ରେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି । ଏହାପରେ ଫିଲ୍ମ ପ୍ରତି ଦର୍ଶକ ମାନଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି ।

ଓଡିଶା ଆଲବମ ଜଗତରେ ଦିନେ ରାଜ କରୁଥିବା ଦୁଇ ହିରୋଇନ ଲଭଲୀ ଏବଂ ବବଲି ପ୍ରଥମ କରି ଗୋଟିଏ ସିନେମାରେ ନଜର ଆସିବେ । ଉଭୟ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ନଜର ଆସିଥିଲେ ସୁଦ୍ଧା ଏକାଠି ଅଭିନୟ କରିବାର ସୁଯୋଗ ମିଳି ପାରି ନଥିଲା । ତେବେ ଲଭଲୀ ଏବଂ ବବଲିଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅଭିନେତା ଅଙ୍କିତ ଏବଂ ସନ୍ଦିପ ଅଭିନୟ କରିଛନ୍ତି । ତେବେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ରମେଶ ରାଉତ ।

ଏହି ଚଳଚ୍ଚିତ୍ର ପରେ ପ୍ରତ୍ୟେକ ମାସ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ କ୍ଷୁଦ୍ର ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ କରାଯିବ ବୋଲି କହିଛନ୍ତି ଏହାର ମୁଖ୍ୟ ବିଭୁ ରଥ । ପୂର୍ବରୁ ଏହି ପ୍ଳାଟଫର୍ମରେ ଅଭିନେତା ପପୁ ଏବଂ ଅଙ୍କିତାଙ୍କର “ହେଲୋ ରାବଣ’, ରାଜେଶ ଏବଂ ରିୟା ଅଭିନୀତ “ହଉ ହଉ ହେଇଗଲାରେ’, ଲୋହିତାକ୍ଷ ଏବଂ ସୌମ୍ୟାଙ୍କର “ଟୁ ଚକୋଲେଟ’ ଏବଂ ଅଭିନେତ୍ରୀ ଶ୍ରଦ୍ଧାଙ୍କ “ବ୍ରେକଅପ ରୁଲସ’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହୋଇ ସାରିଛି ।

Get real time updates directly on you device, subscribe now.