fbpx
BSKY SKY
BSKY SKY

ରାଜନୀତିର ଶିକାର ହୋଇ ଦଳରୁ ବାଦ ପଡୁଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା: ପୂର୍ବତନ କ୍ରିକେଟର

BSKY

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୟଦ କିରମାନି । ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ନ୍ୟାସ ପରେ ଦଳରେ ୱିକେଟ କିପର ଦାୟିତ୍ୱ ନେଇଥିଲେ ଶାହା । କିନ୍ତୁ ଏବେ ପୁଣିଥରେ ତାଙ୍କ କ୍ୟାରିୟର ସମ୍ଭବତଃ ଶେଷ ହେବାକୁ ଯାଉଛି ବୋଲି ମନ୍ତବ୍ୟ ଦେଇଛନ୍ତି ଏହି ପୂର୍ବତନ କ୍ରିକେଟର । ଦଳରେ ଋଷଭ ପନ୍ତ ଯୋଗ ଦେବା ପରେ ପୁଣି ତରେ ଦଳରୁ ବାହାର ହୋଇଛନ୍ତି ଶାହା । ତେବେ ଏହି ନିଷ୍ପତ୍ତିକୁ ନେଇ କିରମାନିଙ୍କ ବୟାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି ।

Wriddhiman Saha Skips Ranji Trophy Indian Selectors Told Wicketkeeper  Batsman To Look For KS Bharat - भारत के अनुभवी विकेटकीपर का करियर खत्म?  सेलेक्टर्स ने आगे बढ़ने का लिया फैसला; रणजी ...

Ranji Trophy 2022: Wriddhiman Saha opts out of Bengal campaign after being  told he won't be picked for Tests

ସୂଚନା ଅନୁସାରେ, ରିଦ୍ଧିମାନ ଶାହାଙ୍କ ଟେଷ୍ଟ କ୍ୟାରିୟର ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ ପୂର୍ବତନ କ୍ରିକେଟର ସୟଦ କିରମାନି ପଦାରେ ପକାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଭାରତୀୟ କ୍ରିକେଟରରେ ରାଜନୀତି ଚାଲିଛି । ଯାହା ପାଇଁ ରିଦ୍ଧିମାନଙ୍କୁ ଏବେ ଅଣଦେଖା କରାଯାଉଛି । ସେ ଶାହାଙ୍କୁ କହିଛନ୍ତି ଯେ, “ତୁମେ ଦଳ ପାଇଁ ବହୁତ କିଛି କରିଛ । ଦଳ ପାଇଁ ଯାହା କରିବା କଥା ତୁମେ କରିଛା ସେଥିରେ କେବେ ଖିଲାପ କରିନ । କିନ୍ତୁ ତୁମେ ଦଳରୁ ବାହାରିବାର ମୁଖ୍ୟ କାରଣ ହେଉଛି ରାଜନୀତି । ତୁମେ ରାଜନୀତିର ଶିକାର ହୋଇ ଦଳରୁ ବାହାର ହୋଇଛ । କୌଣସି ବଡ ଗ୍ରୁପ ସହିତ ତୁମେ ସମ୍ପର୍କୀତ ନୁହେଁ, ତେଣୁ ତୁମକୁ ଦଳରେ ସ୍ଥାନ ମିଳି ପାରିନାହିଁ । କିନ୍ତୁ ମୁଁ ତୁମକୁ ଜଣେ ଭଲ ୱିକେଟକିପର ଭାବେ ଗଣନା କରିବି ।’

Wriddhiman Saha Opts Out Of Bengal's Ranji Trophy Campaign After Being Told  He Won't Be Required For India's Test Matches vs Sri Lanka: Report |  Cricket News

ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଦିନେଶ କାର୍ତ୍ତିକ ଏବଂ ପାର୍ଥିବ ପଟେଲଙ୍କ ସହିତ ମଧ୍ୟ ଠିକ ଏହିପରି ହୋଇଥିଲା । ଦଳରେ ନିଜ ସ୍ଥାନ ପକ୍କା କରି ପାରୁ ନଥିଲେ ଉଭୟ ଖେଳାଳି । ମିଳିଥିବା ସୂଚନା ମୁତାବକ ରିଦ୍ଧିମାନ ଶାହା ଏବେ ରଣଜୀ ଟ୍ରଫିରୁ ନିଜ ନାଁ ଫେରାଇ ନେଇଥିବା ଜଣାଯାଇଛି । ତେବେ ଆଗକୁ ସେ କ୍ରିକେଟରେ କେତେ ଦିନ ତିଷ୍ଠି ରହି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.