BREAKING: ପ୍ରେମ ପାଇଁ ଆତ୍ମାହୁତି! ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା।

କେନ୍ଦୁଝର: ପେଟ୍ରୋଲ ଢ଼ାଳି ଜଳିଗଲେ ଦୁଇଜଣ। କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା।

ଜଳି ଯାଇଥିବା ମହିଳା ଜଣଙ୍କ ମୃତ। ପୁରୁଷ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।ଘଟଣା ସ୍ଥଳରେ ରରୁଆଁ ପୋଲିସର ତଦନ୍ତ।

ବିଲ ମଝିରେ ଦୁହେଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ କରୁଥିଲେ ଉଦ୍ୟମ। ବିଲ ମଝିରୁ ଉଭୟ ମହିଳା ଏବଂ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ କରାଯାଇଥିଲା।

ପରେ ଶୁକୃଳି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ପୁରୁଷଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି।