fbpx

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଘନିଭୂତ ହୋଇ ନେଇ ପାରେ ବାତ୍ୟା ରୂପ !

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ଏଥିରୁ ଖୁବଶୀଘ୍ର ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍‌ ଶୀଘ୍ର ତାତିରୁ ମୁକ୍ତି ମିଳିବା ସମ୍ଭାବନା ରହିଛି ।

ମଇ ୪ ତାରିଖ ରାତି କିମ୍ବା ୫ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇପାରି ନାହିଁ । ସାରା ରାଜ୍ୟରେ ଏବେ ପାରଦ ଉପରମୁହାଁ ଥିବାବେଳେ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିକାଉଛି । ପଶ୍ଚିମାପବନ ଯୋଗୁଁ ଅଧିକ ତାତି ଅନୁଭୂତ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଫଗାନିସ୍ତାନ, ପାକିସ୍ତାନ ଓ ରାଜସ୍ଥାନରୁ ଆସୁଥିବା ତାତିବନ ଗ୍ରୀଷ୍ମ ପ୍ରବାହ ବଢ଼ାଇବାରେ ସହାୟକ ହେଉଛି । ସେସବୁ ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍‌.କେ.ଜେନାମଣୀ କହିଛନ୍ତି ଯେ, ୧ ତାରିଖ ବେଳକୁ ସ୍ଥିତିରେ ପରିବର୍ତ୍ତନ ଆସିପାରେ । ତେବେ ଶନିବାର ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.