BREAKING: ସୃଷ୍ଟି ହେଲା ଲଘୁଚାପ, ପରିବର୍ତ୍ତନ ହେଲା ପାଗ, କମିଲାଣି ଖରାର ପ୍ରକୋପ

ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତାକାଲି ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତିକରିବ। ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତିକରିବା ସମ୍ଭାବନା।

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ପାଗରେ ହେଲାଣି ପରିବର୍ତ୍ତନ। ଆଉ କିଛି ସମୟ ପରେ କାଚିବ ବର୍ଷା। ହଁ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତି କରିବ।

ଆସନ୍ତାକାଲି ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତିକରିବ। ପରେ ଏହି ଲଘୁଚାପ ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବା ସମ୍ଭାବନା ରହିଛି। ଯାହା ଯାହାର ପ୍ରଭାବ ଏବେଠୁ ପଡିବା ଆରମ୍ଭ କଲାଣି। ଫଳରେ ପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବା ଆରମ୍ଭ ହେଲାଣି।