ଘନିଭୂତ ହେଲା ଲଘୁଚାପ, କାଲିଠୁ ଏହି ସ୍ଥାନରେ ହେବ ବର୍ଷା

ଏପ୍ରିଲରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ।

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନିଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପଡ଼ିଛି । ତେବେ ଏହା ଧୀରେଧୀରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ।

ଆସନ୍ତା 24 ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଧୀରେଧୀରେ ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା 14 ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

ତେବେ ଏପ୍ରିଲ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । କିନ୍ତୁ ଜୁଲାଇ ମାସରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଜୁନ ମାସରେ ମୌସୁମୀ ଆସିବ । ମୌସୁମୀ ଏବଂ ବର୍ଷାର ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଏହା ହୋଇପାରେ ବୋଲି ଆକଳନ କରାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁସାରେ, ଏପ୍ରିଲ ଆରମ୍ଭରେ ନିନୋର ସମୁଦ୍ର ପତ୍ତନ ତାପମାତ୍ରା 0.1 ଡିଗ୍ରୀ ସେଲସିୟସ ରହିଥିଲା । କିନ୍ତୁ ଜୁନ ମାସ ପର୍ଯ୍ୟନ୍ତ ଏହା 0.5 ଡିଗ୍ରୀ ସେଲସିୟମ ରହିବା ନେଇ ଆକଳନ କରାଯାଇଛି । ଏସବୁ ସ୍ଥିତିକୁ ଦେଖିଲେ ଏପ୍ରିଲରେ ଅଧିକ ବର୍ଷା ହେବା ନେଇ କୁହାଯାଇଛି ।