୧୪ ତାରିଖରେ ଲଘୁଚାପ ସମ୍ଭାବନା; ଭୁବନେଶ୍ୱର ପାଣିପାଗ ବିଭାଗ

ଓଡିଶା ଭାସ୍କର; ଆସନ୍ତା ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୀପାବଳି ପରେ ପରେ ପାଗ କୋହଲା ସାଙ୍ଗକୁ କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି କୁହାଯାଉଛି ।

ପାଣିପାଗ ବିଭାଗ ଅନୁଯାୟୀ, ୧୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା କରାଯାଉଛି । ଏହା ପରେ ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.