ଭୁବନେଶ୍ୱର– ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆସନ୍ତା ଦୁଇ ଦିନ ଯାଏଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଦୁଇ ଦିନ ପରେ ଅବପାତରେ ପରିଣତ ହେବ । ତା ପରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହାର କୌଣସି ପ୍ରଭାବ ରାଜ୍ୟ ପ୍ରତି ନ ଥିବା କହିଛି ରାଜ୍ୟ ପାଣିପାଗ ବିଭାଗ । ଲଘୁଚାପ ସତ୍ତେ୍ୱ ଆସନ୍ତା ୪ ଦିନ ରାଜ୍ୟରେ ଶୁଖିଲା ପାଗ ରହିବ । ତେବେ ଦୁଇ ଦିନ ପରେ ଏହାର ପ୍ରଭାବରେ କିଛି ସ୍ଥାନରେ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷାର ସମ୍ଭାବନା ଥିବା କୁହାଯାଇଛି ।
ତେବେ ଏହି ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନରେ ଚାପମାତ୍ରା ୨ ଡିଗ୍ରୀ ଯାଏ କମିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଦେଖାଦେବ । ଏଥିସହ ବାତ୍ୟା ପରେ ଶୀତ ଅଧିକ ହେବା ନେଇ ଅନୁମାନ କରାଯାଉଛି ।