fbpx

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବିସ୍ତାରିତ କଲେ ସରକାର, ଆହୁରି ୭୫ ଲକ୍ଷ ମହିଳାଙ୍କୁ ମିଳିବ ମାଗଣାରେ ଗ୍ୟାସ୍ ସଂଯୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବିସ୍ତାରିତ କରିଛନ୍ତି । ସରକାର ଏହି ଯୋଜନା ଜରିଆରେ ମହିଳାଙ୍କୁ ଏଲପିଜି ସଂଯୋଗ ଦେବା ପାଇଁ ଫଣ୍ଡ ଜାରି କରିବାକୁ ମଞ୍ଜୁରୀ ଦେଇ ଦେଇଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଉଜ୍ଜ୍ୱଳା ଯୋଜନା ଜରିଆରେ ଏ ପର୍ଯ୍ୟନ୍ତ ୯.୬୦ କୋଟି ଏଲପିଜି ସିଲିଣ୍ଡର ବଣ୍ଟନ କରାଯାଇ ସରିଛି । ସେ କହିଛନ୍ତି ମୋତେ ଏହା ଘୋଷଣା କରି ଖୁସି ଲାଗୁଛି କି ଆହୁରି ୭୫ ଲକ୍ଷ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯିବ । ଏହା ଫଳରେ ଅଧିକ ଗରୀବ ମହିଳା ଏହି ଯୋଜନାରେ ଲାଭାନ୍ୱିତ ହୋଇପାରିବେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୩ ବର୍ଷ ମଧ୍ୟରେ ନୂଆ ୭୫ ଲକ୍ଷ ଏଲପିଜି ସଂଯୋଗ ଜାରି କରାଯିବ । ଏଥିପାଇଁ ମୋଟ ୧୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହିତ ଉଜ୍ଜ୍ୱଳା ଯୋଜନାରେ ୧୦ କୋଟିରୁ ଅଧିକ ଲାଭାର୍ଥୀ ସାମିଲ ହୋଇଯିବେ । ଏଥିପାଇଁ ଫଣ୍ଡକୁ ଏବେ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଜରିଆରେ ଗରିବ ରେଖା ତଳେ ରହୁଥିବା ପରିବାରର ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇ ଆସୁଛି ।

Get real time updates directly on you device, subscribe now.