ହୋଲି ପୂର୍ବରୁ ମହଙ୍ଗା ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦର
ସରକାରୀ ତୈଳ କମ୍ପାନୀ ଜାଳେଣି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଁ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ହୋଲି ଏବଂ ରମଜାନ ପୂର୍ବରୁ ମହଙ୍ଗା ଝଟକା। ଆଜିଠାରୁ ବଢିଗଲା ଜାଳେଣି ଗ୍ୟାସ ସିଲିଣ୍ଡରର ଦର। ସରକାରୀ ତୈଳ କମ୍ପାନୀଗୁଡ଼ିକ ଜାଳେଣି ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
୧ ମାର୍ଚ୍ଚ ୨୦୨୫ ଅର୍ଥାତ ଆଜିଠୁ ୧୯ କିଲୋର କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି କରାଯାଇଛି। ଇଣ୍ଡିଆଲ ଅଏଲ ମାର୍ଚ୍ଚ ୧ ତାରିଖରୁ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬ ଟଙ୍କା ବୃଦ୍ଧି କରି ପ୍ରତି ସିଲିଣ୍ଡର ପିଛା ୧୮୦୩ ଟଙ୍କା କରିଦେଇଛି। ଏହାର ମୂଲ୍ୟ ପୂର୍ବରୁ ୧୭୯୭ ଟଙ୍କା ଥିଲା।
କେତେ ବୃଦ୍ଧି ପାଇଲା ସିଲିଣ୍ଡର ମୂଲ୍ୟ:
ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡରର ଦର ୧୭୯୭ ଟଙ୍କା ବଢି ୧୮୦୩ ଟଙ୍କା କରିଦିଆଯାଇଛି। କୋଲକାତାରେ ୧୯୦୭ ଟଙ୍କାରୁ ବଢି ୧୯୧୩ ଟଙ୍କା ହୋଇଯାଇଛି। ମୁମ୍ବାଇରେ ୧୭୪୯.୫୦ ଟଙ୍କା ବଢି ୧୭୫୫.୫୦ ଟଙ୍କା ହୋଇଯାଇଛି। ସେହିପରି ଚେନ୍ନାଇରେ ୧୯୫୯ ଟଙ୍କା ବଢି ବର୍ତ୍ତମାନ ୧୯୬୫ ଟଙ୍କାରେ ବିକ୍ରି ହେବ।