fbpx

୪.୦ ଲକଡାଉନର ଗାଇଡ଼ଲାଇନ ସମ୍ପର୍କରେ ବୁଝାଇ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଲକ ଡାଉନ ୪.୦ ଆରମ୍ଭ ହୋଇଛି । ତାଲାବନ୍ଦ ୪.୦ରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଓଡ଼ିଶାରେ ଥିବା ସ୍ଥିତିକୁ ଭଲ ରଖିବା ଆମ ଦାୟିତ୍ୱ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଏନେଇ ଗାଇଡ଼ ଲାଇନ ଜାରି ହୋଇଛି । କୌଣସି ଘରୋଇ, ଆନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବନି । ଏହାସହ ସ୍କୁଲ,କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ସହ ଅନଲାଇନ ଲର୍ଣ୍ଣିଂକୁ ପ୍ରାଧାନ୍ୟ ଦିଆଯିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ କିନ୍ତୁ ରେଲୱେ, ଏୟାରପୋର୍ଟ କ୍ୟାଣ୍ଟିନ୍ ଚାଲିବ । ସିନେମାହଲ, ଜିମ୍, ଅଡ଼ିଟୋରିୟମ ବନ୍ଦ ରହିବ । ସାମାଜିକ ଉତ୍ସବକୁ ଅନୁମତି ଦିଆଯିବନି । ଲୋକଙ୍କ ପାଇଁ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଛନା କରିବାକୁ ମନା ହୋଇଛି । ରାଜ୍ୟ ରାଜ୍ୟ ଭିତରେ ବସ ଚଳାଚଳ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । ରେଡ଼, ଅରେଞ୍ଜ ଓ ଗ୍ରୀନ ଜୋନ ନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ । କିନ୍ତୁ କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ ନିଷ୍ପତ୍ତି ନେବେ । ଅବରୋଧ ଅଞ୍ଚଳରେ କଟକଣା କଡ଼ାକଡ଼ି ଜାରି ରହିବା ସତ୍ତେ୍ୱ ଜରୁରୀ ସେବା ଜାରି ରହିବ । ବାହାରେ ଛେପ ପକାନ୍ତୁ ନାହିଁ ଓ ସାମଜିକ ଦୂରତା ରକ୍ଷା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଅବରୋଧ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ କିଛି କଟକଣା କୋହଳ କରାଯିବ ।

ଓଡ଼ିଶାରେ କେସ ଫେଟାଲିଟି ରେସିଓ ୦.୪ ରହିଛି । ରାଜ୍ୟରେ ୧୦୯.୩୨ରେ ଗୋଟେ ପଜିଟିଭ କେସ ଆସୁଛି । ରାଜ୍ୟରେ ଆଜି ରାତି ସୁଦ୍ଧା ଏକ ଲକ୍ଷ ଟେଷ୍ଟ ସମ୍ପୂର୍ଣ୍ଣ ହେବ । ଭୁବନେଶ୍ୱରରେ ଆକ୍ଟିଭ୍ ପଜିଟିଭ୍ କେସ ନାହିଁ । ରାଜ୍ୟରେ ୨୭୭ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୫୯୯କେସ ରହିଛି । ଓଡ଼ିଶାରେ ୧୨୨ଟି କେସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋଇଛି । ଅନ୍ୟ ଆକ୍ରାନ୍ତଙ୍କ ସଙ୍ଗରୋଧରେ ରହିଥିଲେ ।

Get real time updates directly on you device, subscribe now.