fbpx

ପିତାଙ୍କ ପାଇଁ ଲକି ହୋଇଥାନ୍ତି ଏହି ରାଶିରେ ଜନ୍ମ ହୋଇଥିବା ଝିଅ; ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ୍

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ଆଦି ସମସ୍ତ ବିଷୟରେ ଉଲ୍ଲେଖ ରହିଛି । ସେମାନଙ୍କର ଜନ୍ମ ରାଶି ଏବଂ ଜାତକ ଦ୍ୱାରା ବିଷାରଦମାନେ ତାଙ୍କ ବିଷୟରେ ଅନେକ କିଛି କଥା କହିଥାନ୍ତି । ତେବେ ଶାସ୍ତ୍ର ମତରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭାଗ୍ୟ ନେଇ ଏହି ଦୁନିଆକୁ ଆସିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକ ଜନ୍ମ ହେବା ସହିତ ନିଜ ପରିବାର ଏବଂ ମାତା ପିତାଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି । ଖାସ କରି ଝିଅମାନେ ପରିବାର ପାଇଁ ସୁଖ ସମୃଦ୍ଧି ଆଣିଥାନ୍ତି ।

ହିନ୍ଦୁ ଧର୍ମରେ ଝିଅମାନଙ୍କୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ । ତେଣୁ ସେମାନେ ଜନ୍ମ ହେବାପରେ ପରିବାର ସହ ମାତା ପିତା ମଧ୍ୟ ବହୁତ ଖୁସି ହୋଇଥାନ୍ତି । ତେବେ ଏପରି ବି କିଛି ଝିଅ ଅଛନ୍ତି ଯେଉଁମାନେ ଜନ୍ମ ହେବା ସହ ସେମାନଙ୍କ ମାତା ପିତା ଏବଂ ପରିବାର ପାଇଁ ସୌଭାଗ୍ୟ ଆଣିଥାନ୍ତି । ଫଳରେ ସେମାନଙ୍କ ଘରେ ସୁଖ ଶାନ୍ତି ଲାଗି ରହିବା ସହ ଖାସ୍ କରି ପିତାଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ରରେ ୩ ଟି ରାଶିର ଝିଅମାନଙ୍କୁ ପିତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଭଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମକର: ଜ୍ୟେତିଷ ଶାସ୍ତ୍ର ଅନୁସାରେ ମକର ରାଶିରେ ଜନ୍ମ ହୋଇଥିବା ଝିଅମାନେ ଘରର ସବୁଠୁ ଗେହ୍ଲା ହୋଇଥାନ୍ତି । ଏମାନଙ୍କର ତାଙ୍କ ପିତାଙ୍କ ସହିତ ବହୁତ ଭଲ ଏବଂ ଗଭିର ସମ୍ପର୍କ ରହିଥାଏ । ତେବେ ଏହି ଝିଅମାନେ ବହୁତ ଦୟାଳୁ, ସଚ୍ଚୋଟ, ଏବଂ ପରିଶ୍ରମୀ ହୋଇଥାନ୍ତି । ଏହି ରାଶିର ଝିଅମାନେ ଯେତେବେଳେ ଘରେ ଜନ୍ମ ହୁଅନ୍ତି ସେହି ସମୟରୁ ପିତଙ୍କ ଭାଗ୍ୟ ଚମକି ଉଠିଥାଏ । ଫଳରେ ତାଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ଘରେ ଅଭାବ ଦେଖାଦେଇ ନଥାଏ ।

କର୍କଟ: ଶାସ୍ତ୍ର ମତରେ କର୍କଟ ରାଶିର ଝିଅମାନେ ପିତା ଏବଂ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ରାଶିରେ ଜନ୍ମ ହୋଇଥିବା ଝିଅ ଜନ୍ମ ପରଠାରୁ ହିଁ ଘରେ ସୁଖ ସମୃଦ୍ଧି ଲାଗି ରହିବା ସହ ପିତାଙ୍କୁ ବେପାର ବାଣିଜ୍ୟ ଏବଂ ଚାକିରୀରେ ଉନ୍ନତୀ ମିଳିଥାଏ । ଫଳରେ ଘରେ କେବେ ବି ଆର୍ଥିକ ସଂକଟ ଦେଖା ଦେଇ ନଥାଏ । ଏହି ରାଶିର ଝିଅମାନଙ୍କୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ ।

କନ୍ୟା: କନ୍ୟା ରାଶିରେ ଜନ୍ମ ହୋଇଥିବା ଝିଅମାନେ ପିତାଙ୍କ ପାଇଁ ବହୁତ ଭଗ୍ୟଶାଳୀ ହୋଇଥାନ୍ତି । ସେମାନେ ଜନ୍ମ ହେବାପରଠାରୁ ହିଁ ପିତାଙ୍କୁ ସମସ୍ତ କ୍ଷେତ୍ରରେ ଉନ୍ନତି ମିଳିଥାଏ । ଏତିସହିତ ଦୀର୍ଘଦିନ ଧରି ଅଟକି ରହିଥିବା କାମ ମଧ୍ୟ ହୋଇଥାଏ । ତେବେ ହେି ରାଶିର ଝିଅମାନେ ନିଜର କାମ ଦ୍ୱାରା ପିତା ଏବଂ ପରିବାରକୁ ଗୌରବାନ୍ୱିତ କରିଥାନ୍ତି ।

Get real time updates directly on you device, subscribe now.