fbpx

କାଙ୍ଗାଳ ହୋଇଗଲେ ବିଶ୍ୱର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟ: ଗୋଟିଏ ଝଟକାରେ ଉଡ଼ିଗଲା ୧୦୦ କୋଟି

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଯୁଗରେ ସାଇବର ଫ୍ରଡ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଘଟଣା ବିଶ୍ୱର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟଙ୍କ ସହ ଘଟିଛି । ଅଚାନକ ବୋଲ୍ଟଙ୍କ ଆକାଉଣ୍ଟରୁ ୧୦୦ କୋଟି ଟଙ୍କା ଗାଏବ ହୋଇଯାଇଛି । ଏକ ରିପୋର୍ଟ ମୁତାବକ ଜାମାଇକାର ଦ୍ରୁତ ଧାବକ ବୋଲ୍ଟଙ୍କୁ ୧୨.୭ ମିଲିଅନ ଡଲାର ବା ପାଖାପାଖି ୧୦୦ କୋଟି ଟଙ୍କାର କ୍ଷତି ପହଞ୍ଚିଛି ।

କିଙ୍ଗଷ୍ଟନ ସ୍ଥିତ ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ (ଏସଏସଏଲ)ରେ ଧାବକ ବୋଲ୍ଟଙ୍କର ଆକାଉଣ୍ଟ ରହିଥିଲା । ମାତ୍ର ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ବାଲାନ୍ସ ହଠାତ୍ ହ୍ରାସ ପାଇ ମାତ୍ର ୧୨ ହଜାର ଡଲାରେ ପହଞ୍ଚି ଯାଇଥିଲା । ଏ ବାବଦରେ ତାଙ୍କର ଓକିଲ ସୂଚନା ଦେଇଛନ୍ତି । ତେବେ ଯଦି ଫାର୍ମ ବୋଲ୍ଟଙ୍କ ଅର୍ଥ ଫେରାଇବାକୁ ଅଗ୍ରାହ୍ୟ ପ୍ରକାଶ କରେ, ତେବେ ମୁସ୍କିଲ ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଓକିଲଙ୍କ ବୟାନ ପରେ ବୋଲ୍ଟ ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିଜର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୂର୍ବତନ ଅଲିମ୍ପିକ ପଦକ ବିଜେତା ଏକ ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଜାମାଇକା ପକ୍ଷରୁ ଏହି ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି । ଫାର୍ମର ଯାଞ୍ଚ କରାଯାଉଥିବା ନେଇ ଆର୍ଥିକ ସେବା ଆୟୋଗ (ଏଫଏସସି) ପକ୍ଷରୁ କୁହାଯାଇଛି ।

ବୋଲ୍ଟଙ୍କ ଓକିଲଙ୍କ ଅନୁଯାୟୀ, ଏହି ଖାତା ଧାବକଙ୍କ ପିତାମାତାଙ୍କ ପେନସନ ପାଇଁ ରହିଥିଲା । ନିଜର ଦ୍ରୁତ ଦୌଡ଼ ପାଇଁ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ବୋଲ୍ଟ ଗତ ୨୦୧୭ରେ କ୍ରୀଡ଼ା ଜଗତରୁ ଅବସର ନେଇଥିଲେ । ବ୍ରାଜିଲର ଫୁଟବଲ କିମ୍ବଦନ୍ତୀ ପେଲେ ଓ ଆମେରିକାର ବକ୍ସିଂ ଚାମ୍ପିୟନ ମହମ୍ମଦ ଅଲ୍ଲୀଙ୍କ ସମକକ୍ଷ ପ୍ରସିଦ୍ଧି ଲାଭ କରିଛନ୍ତି ବୋଲ୍ଟ । ଏଥିସହିତ ସାରା ବିଶ୍ୱରେ ବୋଲ୍ଟକୁ ବହୁତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ଦ୍ରୁତ ଧାବକଙ୍କ ନାମରେ ୧୦୦ ମିଟର, ୨୦୦ ମିଟର ୪୦୦ ମିଟର ରିଲେର ବିଶ୍ୱ ରେକର୍ଡ ରହିଛି ।

Get real time updates directly on you device, subscribe now.