fbpx
BSKY SKY
BSKY SKY

ଘାଟି ତଳକୁ ଖସିଲା ବସ୍: ଚାଲିଗଲା ୨ ଜଣଙ୍କ ଜୀବନ, ୧୫ ଜଣ ମେଡିକାଲରେ ଭର୍ତ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାସ୍ତା ଦୁର୍ଘଟଣା ଏକ ଭୟଙ୍କର ବିପଦ ଭାବେ ହୋଇଛି । ଦୈନିକ ରାଜ୍ୟର କେଉଁଠି ନା କେଉଁଠି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଆଜି ବ୍ରହ୍ମପୁରରେ ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ଘାଟିରେ ଏକ ବସ ଓଲଟି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଳା ପାତ୍ରପୁର ବ୍ଲକ ସୀମାନ୍ତ କାନକଟା ଘାଟିରେ ଏହି ବସ୍ ଦୁର୍ଘଟଣା ଘଟିଛି । ବସଟି ପାତ୍ରପୁର ବ୍ଲକରୁ ଗଜପତି ଜିଲ୍ଲା ରାୟଗଡ଼ା ଅଭିମୁଖେ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ବସଟିରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ବେଳେ ସତେ ଯେମିତି ବିପତ୍ତି ମାଡ଼ି ଆସିଥିଲା ।

ପରେ ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସମସ୍ତ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଜଣଙ୍କର ବୟସ ୧୬ ଓ ଅନ୍ୟ ଜଣଙ୍କର ବୟସ ୨୮ ବର୍ଷ ବୋଲି ଜଣାପଡ଼ିଛି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ତେଣୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.