fbpx

ଟିକା ନେଲେ ମିଳିବ ଲକି ଡ୍ର ଓ ଫ୍ରି ବ୍ୟାଜ୍: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରବିବାର ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଲକି ଡ୍ର, କାର୍ଯ୍ୟାଳୟରେ ଟିକା ଏବଂ ଫ୍ରି ବ୍ୟାଜ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଭାରତରେ ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ କମ ରହିଛି । ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହର ଘର ଦସ୍ତକ ନାମକ ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଛି ।

ଏହି କାର୍ଯ୍ୟକ୍ରମ ଜରିଆରେ ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମାନଙ୍କ ପାଇଁ ବିଭିନ୍ନ ଲକି ଡ୍ର ଜରିଆରେ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଘରଘର ବୁଲି ସରକାର ଟିକା ନେବାର ଫାଇଦା ସମ୍ପର୍କରେ ବୁଝାଇବେ । ଦ୍ୱିତୀୟ ଡୋଜ୍ ଟିକାକରଣ ବାକି ରହିଥିବା ସମସ୍ତ ବ୍ୟକ୍ତିଙ୍କ ଘର ଘର ବୁଲି ଟିକାକରଣ କରାଯିବ । ଏହା ସହିତ ଉଭୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ଦ୍ୱିତୀୟ ଡୋଜ ବାକିଥିବା କର୍ମଚାରୀଙ୍କ ଟିକାକରଣ କରାଯିବ । ଏହା ସହିତ ଦୁଇ ଡୋଜ ଟିକା ନେଇଥିବା କର୍ମଚାରୀଙ୍କୁ ସମ୍ମାନିତ କରିବା ପାଇଁ ଏକ ବ୍ୟାଜ ପ୍ରଦାନ କରାଯିବ ।

ଏହା ସହିତ ଏକ ସାପ୍ତାହିକ ଏବଂ ମାସିକ ଲକି ଡ୍ର ଅନୁଷ୍ଠିତ ହୋଇଯିବ । ଏହି ଲକି ଡ୍ରରେ ଗ୍ରାମାଞ୍ଚଳରେ ରାସନ କିଟ୍, ଟ୍ରାଭେଲ ପାଶ, ଅର୍ଥରାଶି ଏବଂ ରୋଷେଇ ଘର ସାମଗ୍ରୀ ପ୍ରଦାନ କରାଯିବ । ଏହା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅନ୍ୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୮୨ ପ୍ରତିଶତ ଲୋକ କରୋନାର ପ୍ରଥମ ଡୋଜ ନେଇଥିବା ବେଳେ ମାତ୍ର ୪୩ ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ ନେଇଛନ୍ତି । ପ୍ରାୟ ୧୨ କୋଟି ଲୋକ ଦ୍ୱିତୀୟ ଡୋଜ ଟିକା ନେଇନଥିବା ଜଣାପଡିଛି ।

Get real time updates directly on you device, subscribe now.