fbpx

ଲୁଡୁ ଖେଳରେ ସ୍ତ୍ରୀଠୁ ହାରିଲା ସ୍ୱାମୀ, ରାଗରେ ମାରି ସ୍ତ୍ରୀ ମେରୁଦଣ୍ଡ ଭାଙ୍ଗିଦେଲା

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ଲୁଡୁ ଖେଳ । ତା ଠୁ ମହଙ୍ଗା ପଡିଲା ଖେଳରେ ସ୍ୱାମୀକୁ ହରାଇବା । ଲଗାତାର ୩ ବାଜି ସ୍ତ୍ରୀ ଠୁ ଲୁଡୁରେ ହାରି ଟେମ୍ପର ହରାଇଲା ସ୍ୱାମୀ ।ବରଦାସ୍ତ ହେଲାନି ପରାଜୟ । ଆରମ୍ଭ ହେଲା ବିଧା ଗୋଇଠା ବର୍ଷା । ଏମିତି ମାଡ ଯେ ସ୍ତ୍ରୀର ମେରୁଦଣ୍ଡ ହାଡ ଭାଙ୍ଗିଗଲା । ଏବେ ଗରୁତର ହୋଇ ମେଡିକାଲରେ ।

ଘଟଣା ଘଟିଛି ଗୁଜରାଟରେ । ଲକ ଡାଉନରେ ସ୍ୱାମୀ ସମୟ କାଟିବାକୁ ବାହାରକୁ ଯିବାକୁ ଚାହୁଁଥିଲା । ହେଲେ ବାରଣ କଲା ସ୍ତ୍ରୀ ।ବରଂ ଘରେ ବସି ଅନ ଲାଇନ ଲୁଡୁ ଖେଳିବାକୁ ପ୍ରସ୍ତାବ ଦେଲା । ସ୍ୱାମୀ ବି ଏଥିରେ ରାଜି ହେଲା । ହେଲେ ଲଗାତାର ୩ ବାଜିରେ ନିଜ ସ୍ତ୍ରୀ ଠୁ ହାରିଗଲା ।ରାଗ ଏତେ ଚଢ଼ିଲା ଯେ ସ୍ତ୍ରୀ କୁ ମାଡ ମାରିବାକୁ ବି ପଛେଇଲା ନାହିଁ । ଏବେ ଚିକିତ୍ସା ପରେ ଟ୍ୟୁସନ ମାଷ୍ଟର ସ୍ୱାଙ୍କୁ ଛାଡି ବାପ ଘରେ ରହିବାକୁ ନିଷ୍ପତ୍ତି ନେଇଛି ସ୍ତ୍ରୀ ।

Get real time updates directly on you device, subscribe now.